ଚାରି ବର୍ଷର ଶିଶୁ ଉପରେ ଗରମ ପେଜ ଢାଳି ଦେଲେ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସୋମପୁର ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ଗରମ ପେଜ ଢାଳି ଦେବାରୁ ଏକ ଚାରି ବର୍ଷର ଶିଶୁ କନ୍ୟା ଗୁରୁତର ଭାବେ ଆହତ ହୋଇଛି। ଝିଅଟିର ପିଠି ପଟ ପୂରା ପୋଡ଼ି ଯାଇଛି। ତାକୁ ପ୍ରଥମେ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ତେବେ ସେଠାରୁ ତାକୁ କଟକ ପଠାଇ ଦିଆଯାଇଛି। ଗାଁର ନିରଞ୍ଜନ ଦାସଙ୍କ ସ୍ତ୍ରୀ ସହିତ ପଡ଼ୋଶୀ […]

child

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 12:53 PM IST

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସୋମପୁର ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ଗରମ ପେଜ ଢାଳି ଦେବାରୁ ଏକ ଚାରି ବର୍ଷର ଶିଶୁ କନ୍ୟା ଗୁରୁତର ଭାବେ ଆହତ ହୋଇଛି। ଝିଅଟିର ପିଠି ପଟ ପୂରା ପୋଡ଼ି ଯାଇଛି। ତାକୁ ପ୍ରଥମେ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ତେବେ ସେଠାରୁ ତାକୁ କଟକ ପଠାଇ ଦିଆଯାଇଛି।

ଗାଁର ନିରଞ୍ଜନ ଦାସଙ୍କ ସ୍ତ୍ରୀ ସହିତ ପଡ଼ୋଶୀ ବାସନ୍ତୀ ଦାସଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଉତ୍‌କ୍ଷିପ୍ତ ବାସନ୍ତୀ ଗରମ ପେଜ ଆଣି ନିରଞ୍ଜନଙ୍କ ସ୍ତ୍ରୀଙ୍କ ଉପରକୁ ଫୋପାଡୁ ଥିଲେ। ଏତିକି ବେଳେ ହଠାତ୍ ନିରଞ୍ଜନଙ୍କ ଝିଅ ସାମ୍ନାକୁ ଆସି ଯାଇଥିଲେ। ଗରମ ପେଜ ତା’ ଉପରେ ପଡ଼ି ଯାଇଥିଲା।

ଚାନ୍ଦବାଲି ବୋଲି ଏ ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି।

Related story