ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ: ୯ ମୃତ, ୮ ଗୁରୁତର

ଦେବଗଡ/ମାଲକାନଗିରି/ନବରଙ୍ଗପୁର/ଭଞ୍ଜନଗର: ଦେବଗଡ, ମାଲକାନଗିରି, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲା ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟି ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦେବଗଡ଼ ଜିଲ୍ଲା ପେଣ୍ଡ୍ରାଖୋଲ ଗାଁରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପେଣ୍ଡ୍ରାଖୋଲ କ୍ରସରରୁ କାମ କରି ୪ ଜଣ ଶ୍ରମିକ ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ […]

lightning

Rakesh Mallick
  • Published: Sunday, 06 September 2015
  • , Updated: 06 September 2015, 02:56 PM IST

ଦେବଗଡ/ମାଲକାନଗିରି/ନବରଙ୍ଗପୁର/ଭଞ୍ଜନଗର: ଦେବଗଡ, ମାଲକାନଗିରି, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲା ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟି ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦେବଗଡ଼ ଜିଲ୍ଲା ପେଣ୍ଡ୍ରାଖୋଲ ଗାଁରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପେଣ୍ଡ୍ରାଖୋଲ କ୍ରସରରୁ କାମ କରି ୪ ଜଣ ଶ୍ରମିକ ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତରଙ୍କୁ ଦେବଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିଭଳି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ସୋମରଥଗୁଡ଼ା ଗାଁରେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଗୋଟିଏ ପରିବାରର। ପରିବାରର ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କୋଷାଗୁମୁଡ଼ା ବ୍ଲକ ଟେମେରା ଗାଁରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଉମରକୋଟ ଚାଞ୍ଚନବେଡ଼ାରେ ଜଣଙ୍କ ମୃତ୍ୟୁ ଘଟିଛି ଓ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ଗଞ୍ଜ।ମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଜଣେ ଚାଷୀ ବଜ୍ରାପାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

Related story