‘ଭୁବନେଶ୍ୱର ବିମାନବନ୍ଦରରେ ବାଡ୍ ହିଟ୍ସ ଦୁର୍ଘଟଣା କମିଛି’

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଗତ କିଛି ମାସ ହେବ ବାଡ୍ ହିଟ୍ସ ଦୁର୍ଘଟଣା କମିଛି। ବାଡ଼୍‌ ହିଟ୍ସ ଆହୁରି କମାଇବା ପାଇଁ ୬ ମାସିଆ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି ବୋଲି ଆଜି ସଚିବାଳୟରେ ବସିଥିବା ଭୁବନେଶ୍ୱର ବିମାନ ବନ୍ଦର ପରିବେଶ ପରିଚାଳନା କମିଟି ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ସେ କହିଛନ୍ତି,“ବସ୍ତି ଅଞ୍ଚଳରୁ ଆବର୍ଜନା ହଟାଇବା ପାଇଁ ବିଏମ୍‌ସି, ଓୟୁଏଟି, ପୋଲିସ୍‌, ଜଙ୍ଗଲ ବିଭାଗ ପକ୍ଷରୁ ବହୁ ପଦକ୍ଷେପ […]

air-port

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 04:54 PM IST

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଗତ କିଛି ମାସ ହେବ ବାଡ୍ ହିଟ୍ସ ଦୁର୍ଘଟଣା କମିଛି। ବାଡ଼୍‌ ହିଟ୍ସ ଆହୁରି କମାଇବା ପାଇଁ ୬ ମାସିଆ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି ବୋଲି ଆଜି ସଚିବାଳୟରେ ବସିଥିବା ଭୁବନେଶ୍ୱର ବିମାନ ବନ୍ଦର ପରିବେଶ ପରିଚାଳନା କମିଟି ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ସେ କହିଛନ୍ତି,“ବସ୍ତି ଅଞ୍ଚଳରୁ ଆବର୍ଜନା ହଟାଇବା ପାଇଁ ବିଏମ୍‌ସି, ଓୟୁଏଟି, ପୋଲିସ୍‌, ଜଙ୍ଗଲ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି ଏବଂ ଆଗକୁ ଅନେକ ବ୍ୟବସ୍ଥା କରାଯିବ। ବିମାନବନ୍ଦର ଚାରି ପାର୍ଶ୍ୱରେ ଥିବା ଡ୍ରେନ୍‌ରେ ଢ଼ାଙ୍କୁଣି ଦିଆଯିବ। ବିମାନବନ୍ଦର ଅଞ୍ଚଳରେ ଥିବା ଅଣପଞ୍ଜିକୃତ ମାଛ ଓ ମାଂସ ଦୋକାନ ଆୟତ୍ତ କରାଯିବ।”

ବିମାନ ବନ୍ଦର ଅଧ୍ୟକ୍ଷ ଆର. ମହାଲିଙ୍ଗମ୍‌ କହିଛନ୍ତି,“ଡ୍ରେନ୍‌ରେ ପାଣି ଜମି ରହିଲେ ପକ୍ଷୀ ଆସିବେ। ସେଥିପାଇଁ ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ କରାଯିବାରୁ ବାର୍ଡ ଡିଟ୍ସ ଦୁର୍ଘଟଣା ବହୁ କମିଛି। ଏଥିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।”

Related story