ଏସୀୟ ଦୌଡ଼କୁଦରେ ଶୁଣିବାକୁ ମିଳିବ ‘ରଙ୍ଗବତୀ’ର ଧ୍ୱନୀ; ମିଳିଲା ଅନୁମତି

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ସମ୍ୱଲପୁରୀ ଗୀତ ‘ରଙ୍ଗବତୀ’ର ଧ୍ୱନୀ ଜାତୀୟ କାର୍ଯ୍ୟକ୍ରମରେ ଶୁଣିବାକୁ ମିଳିବ। ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରେ ହେବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଏହି ଗୀତ ପରିବେଷଣ ପାଇଁ ଅନୁମତି ମିଳିଛି। ଏଥିପାଇଁ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ, କ୍ରିଷ୍ଣା ପଟେଲ ଓ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ ଅନୁମତି ଦେଇଛନ୍ତି। ତେବେ ସଂଗୀତ ପରିବେଷଣ ବେଳେ ଗୀତର ମୌଳିକତା ରକ୍ଷା କରି ପରିବେଷଣ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏସୀୟ ଦୌଡ଼କୁଦ […]

rangabati

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 10:52 PM IST

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ସମ୍ୱଲପୁରୀ ଗୀତ ‘ରଙ୍ଗବତୀ’ର ଧ୍ୱନୀ ଜାତୀୟ କାର୍ଯ୍ୟକ୍ରମରେ ଶୁଣିବାକୁ ମିଳିବ। ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରେ ହେବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଏହି ଗୀତ ପରିବେଷଣ ପାଇଁ ଅନୁମତି ମିଳିଛି। ଏଥିପାଇଁ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ, କ୍ରିଷ୍ଣା ପଟେଲ ଓ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ ଅନୁମତି ଦେଇଛନ୍ତି। ତେବେ ସଂଗୀତ ପରିବେଷଣ ବେଳେ ଗୀତର ମୌଳିକତା ରକ୍ଷା କରି ପରିବେଷଣ କରିବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ଘୋଷିତ ହୋଇଥିବା ୯୫ ଜଣିଆ ଦଳରେ ୫ ଓଡ଼ିଆ ସାମିଲ ହୋଇଛନ୍ତି। ସେମାନେ ହେଲେ ଅମୀୟ ମଲ୍ଲିକ, ଶ୍ରାବଣୀ ନନ୍ଦ, ଦୂତି ଚାନ୍ଦ, ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ୱ୍ରମ।

ଅମୀୟ ୧୦୦, ୨୦୦ ମିଟର ଓ ୪X୧୦୦ ମିଟରରେ ଦୌଡ଼ିବେ। ଶ୍ରାବଣୀ ଓ ଦୂତି ୧୦୦, ୨୦୦ ମିଟର ଏବଂ ୪X୧୦୦ ମିଟର ଦୌଡ଼ିବେ ବୋଲି ଜଣାପଡ଼ିଛି।

Related story