ଆଜି ବିଜେଡି ପାଳିବ ବିଜୁ ଶ୍ରାଦ୍ଧ ଉତ୍ସବ

ଭୁବନେଶ୍ୱର: ଆଜି ବିଜେଡି ପାଳୁଛି ପ୍ରବାଦ ପରୁଷ ବିଜୁ ପଟ୍ଟନାୟକ ଶ୍ରାଦ୍ଧବାର୍ଷିକୀ। ଏଥିପାଇଁ ବିଜେଡି କ୍ୟାମ୍ପ ଚଳଚଞ୍ଚଳ ହୋଇଉଠିଛି। ପୋଷ୍ଟର, ବ୍ୟାନର ଓ ହୋଡିଂରେ ଛାଇ ହୋଇ ଯାଇଛି ରାଜଧାନୀ। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଶୋଭାଯାତ୍ରା ବାହାରି ବିଜେଡି ମୁଖ୍ୟାଳୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁବାବୁଙ୍କୁ ସ୍ମୃତିଚାରଣ କରିବା ସହ ଦଳୀୟ ନେତା ଓ କର୍ମୀଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇପାରନ୍ତି। […]

biju patnik

Rakesh Mallick
  • Published: Monday, 17 April 2017
  • , Updated: 17 April 2017, 11:23 AM IST

ଭୁବନେଶ୍ୱର: ଆଜି ବିଜେଡି ପାଳୁଛି ପ୍ରବାଦ ପରୁଷ ବିଜୁ ପଟ୍ଟନାୟକ ଶ୍ରାଦ୍ଧବାର୍ଷିକୀ। ଏଥିପାଇଁ ବିଜେଡି କ୍ୟାମ୍ପ ଚଳଚଞ୍ଚଳ ହୋଇଉଠିଛି। ପୋଷ୍ଟର, ବ୍ୟାନର ଓ ହୋଡିଂରେ ଛାଇ ହୋଇ ଯାଇଛି ରାଜଧାନୀ।

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଶୋଭାଯାତ୍ରା ବାହାରି ବିଜେଡି ମୁଖ୍ୟାଳୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁବାବୁଙ୍କୁ ସ୍ମୃତିଚାରଣ କରିବା ସହ ଦଳୀୟ ନେତା ଓ କର୍ମୀଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇପାରନ୍ତି। ନବୀନ ବିଶେଷ କରି ସାଙ୍ଗଠନିକ ସ୍ଥିତିକୁ ଦୃଢ଼ କରିବା, ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା ଓ କେନ୍ଦ୍ରୀୟ ଅବହେଳାର ପ୍ରଚାର କରିବା ଉପରେ ଧ୍ୟାନ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ରାଜ୍ୟସ୍ତର ଭଳି ଜିଲ୍ଲାସ୍ତରରେ ମଧ୍ୟ ବିଜୁ ଶ୍ରାଦ୍ଧୋଉତ୍ସବ ଜୋରଦାରରେ ପାଳନ କରାଯିବ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ବିଜୁ ପଟ୍ଟନାୟକଙ୍କ ପାର୍କରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯିବ। ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରା ପୁରୀ ସ୍ୱର୍ଗଦ୍ୱାର ଯିବ। ଶୋଭାଯାତ୍ରା ସେଠାରୁ ଫେରିବା ପରେ ବିଜେଡି କାର୍ଯ୍ୟାଳୟରେ ଶ୍ରାଦ୍ଧ ଉତ୍ସବ ଆୟୋଜନ କରାଯିବ।”

Related story