‘କେନ୍ଦ୍ର ଦେଇଥିବା ଅନୁଦାନର ହିସାବ ମୁଖ୍ୟମନ୍ତ୍ରୀ ଓ ତାଙ୍କ ନେତାଙ୍କ ପାଖରେ ନାହିଁ’

ଭୁବନେଶ୍ୱର: କେନ୍ଦ୍ର ଦେଇଥିବା ଅନୁଦାନର ହିସାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରୀ ଓ ଦଳୀୟ ସାଂସଦଙ୍କ ପାଖରେ ନାହିଁ। ଅଧା ତଥ୍ୟ ଥାଇ ବିଜେଡି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି। ସେ କହିଛନ୍ତି,“ନରେନ୍ଦ୍ର ମୋଦି ସରକାର ଆସିଲା ପରେ କେନ୍ଦ୍ରରୁ ଓଡ଼ିଶାକୁ ୧ଲକ୍ଷ ୩୫ ହଜାର କୋଟି ଟଙ୍କା ଦିଆଯାଇଛି ବୋଲି ଭୁବନେଶ୍ୱରର ଅନୁଷ୍ଠିତ ଜନଜାଗରଣ ମହାସମାବେଶରେ ବିଜେପିର […]

bhrugubaxipatra

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 06:11 PM IST

ଭୁବନେଶ୍ୱର: କେନ୍ଦ୍ର ଦେଇଥିବା ଅନୁଦାନର ହିସାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରୀ ଓ ଦଳୀୟ ସାଂସଦଙ୍କ ପାଖରେ ନାହିଁ। ଅଧା ତଥ୍ୟ ଥାଇ ବିଜେଡି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ କହିଛନ୍ତି,“ନରେନ୍ଦ୍ର ମୋଦି ସରକାର ଆସିଲା ପରେ କେନ୍ଦ୍ରରୁ ଓଡ଼ିଶାକୁ ୧ଲକ୍ଷ ୩୫ ହଜାର କୋଟି ଟଙ୍କା ଦିଆଯାଇଛି ବୋଲି ଭୁବନେଶ୍ୱରର ଅନୁଷ୍ଠିତ ଜନଜାଗରଣ ମହାସମାବେଶରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଥିଲେ। କିନ୍ତୁ ୭୦ ହଜାର କୋଟି  ଟଙ୍କା ଦିଆଯାଇଛି ବୋଲି ବିଜୁ ଜନତା ଦଳ କହୁଛି। ବିଜୁ ଜନତା ଦଳର ଯେଉଁ ପ୍ରବକ୍ତାମାନେ ଏହି କଥା କହିଛନ୍ତି, ସେମାନେ ଦୟା ପୂର୍ବକ ଅଫିସରଙ୍କ ପାଖରୁ ସମ୍ପୂର୍ଣ୍ଣ ତଥ୍ୟ ଆଣନ୍ତୁ।”

ସେ ଆହୁରି କହିଛନ୍ତି,“କେନ୍ଦ୍ରରୁ ଯେଉଁ ପଇସା ଆସୁଛି ତାହା ଓଡ଼ିଶାବାସୀଙ୍କର। ଏଠି କିଏ କାହାକୁ ଦୟାରେ ଦେଉନାହିଁ। ଅମିତ ଶାହା ଯାହା କହିଥିଲେ ତାହାଠାରୁ ଅଧିକ ଅର୍ଥ କେନ୍ଦ୍ର ଓଡ଼ିଶାକୁ ଦେଇଛି। ଯଦି ଏଥିରେ କିଛି ମିଛ ଅଛି ତାହାହେଲେ ଏହି କଥା ବିଜେଡି ତର୍କକୁ ଆଣୁ। ନବୀନ ସରକାର ମିଛ କଥା କହିବା ଛାଡ଼ନ୍ତୁ।”

ଭୃଗୁ କହିଛନ୍ତି,“ବିଜୁ ଜନତା ଦଳର ମୁଖପାତ୍ର ଓ ନେତାମାନଙ୍କୁ ଅନୁରୋଧ କରୁଛୁ କେନ୍ଦ୍ରରୁ କେତେ ଟଙ୍କା ଆସି ଫେରି ଯାଇଛି ତାହାର ତାଲିକା କରନ୍ତୁ। ଓଡ଼ିଶାର ଲୋକଙ୍କ ପାଖରେ ଥରେ ହିସାବକିତାବ ହୋଇଯିବାର ଆବଶ୍ୟକତା ଅଛି।”

Related story