ବିଜେଡି ଗଡ଼ରେ ଫୁଟିଲା ପଦ୍ମ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନର ଜିଲ୍ଲା ପରିଷଦ ଫଳାଫଳରୁ ବିଜେପିର ସ୍ଥିତି ଯଥେଷ୍ଟ ସୁଧୁରିଥିବା ସ୍ପଷ୍ଟ ହେଉଥିବା ବେଳେ ଭୁଶୁଡ଼ି ଯାଇଛି ଶାସକ ଦଳର ଅନେକ ହେଭିୱେଟ୍ ନେତାଙ୍କ ଗଡ଼। ବିଜେଡିର ବହୁ ଟାଣୁଆ ନେତା ଓ ମନ୍ତ୍ରୀଙ୍କ ଅଞ୍ଚଳରେ ପଦ୍ମ ଫୁଟିଛି। ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିବା ବେଳେ ଆମକୁ ମିଳିଥିବା ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ମତଦାନ ହୋଇଥିବା ୧୮୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୯୬ଟିରେ ବିଜେଡି […]

bjp

bjp

Rakesh Mallick
  • Published: Tuesday, 14 February 2017
  • Updated: 14 February 2017, 03:00 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନର ଜିଲ୍ଲା ପରିଷଦ ଫଳାଫଳରୁ ବିଜେପିର ସ୍ଥିତି ଯଥେଷ୍ଟ ସୁଧୁରିଥିବା ସ୍ପଷ୍ଟ ହେଉଥିବା ବେଳେ ଭୁଶୁଡ଼ି ଯାଇଛି ଶାସକ ଦଳର ଅନେକ ହେଭିୱେଟ୍ ନେତାଙ୍କ ଗଡ଼। ବିଜେଡିର ବହୁ ଟାଣୁଆ ନେତା ଓ ମନ୍ତ୍ରୀଙ୍କ ଅଞ୍ଚଳରେ ପଦ୍ମ ଫୁଟିଛି।

ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିବା ବେଳେ ଆମକୁ ମିଳିଥିବା ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ମତଦାନ ହୋଇଥିବା ୧୮୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୯୬ଟିରେ ବିଜେଡି ଜିତି ଥିବା ବେଳେ ୬୪ଟି ବିଜେପି ଜିତିଛି। କଂଗ୍ରେସ ୧୧ଟି ଓ ଅନ୍ୟାନ୍ୟ ୫ଟି ଜୋନ୍‌ରେ ବିଜୟୀ ହୋଇଛନ୍ତି। ଅନ୍ୟ ୧୨ଟି ଆସନର ଫଳାଫଳ ସଂପର୍କରେ କିଛି ସୂଚନା ନାହିଁ।

ମନ୍ତ୍ରୀ ଦେବୀ ମିଶ୍ରଙ୍କ କବ୍‌ଜାରେ ଥିବା କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ର ୪ଟି ଜିଲ୍ଲା ପରିଷଦ ଆସନରୁ ୩ଟିରେ ବାଜି ମାରି ନେଇଛି ବିଜେପି।

ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଦବ୍‌ଦବା ଥିବା ମୟୂରଭଞ୍ଜ ଜିଲ୍ଲାର ୧୫ଟି ଜୋନ୍‌ରୁ ବିଜେଡି ମାତ୍ର ୨ଟି ଆସନ ଜିତିବାରେ ସଫଳ ହୋଇଛି। ବିଜେପି ହାତକୁ ୧୨ଟି ଆସନ ଯାଇଥିବା ବେଳେ ଜେଏମ୍‌ଏମ୍‌ ଗୋଟିଏ ଆସନରେ ବିଜୟୀ ହୋଇଛି।

ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପତିଆରା ଥିବା କଳାହାଣ୍ଡି ଜିଲ୍ଲାରେ ବିଜେଡିକୁ ଗୋଟିଏ ବି ଆସନରେ ବିଜୟୀ ହେବାର ସୁଯୋଗ ମିଳିନି। ସମସ୍ତ ୯ଟି ଯାକ ଆସନକୁ ପୋଛି ନେଇଛି ବିଜେପି। କୋକସରାର ୩ଟି, ଧର୍ମଗଡ଼ର ୩ଟି ଓ ଜୟପାଟଣାର ୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ସବୁ ତକ ଆସନରେ ବାଜି ମାରି ନେଇଛନ୍ତି ବିଜେପି ପ୍ରାର୍ଥୀ।

ସେହିପରି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡି ମାତ୍ର ୨ଟିରେ ବିଜୟୀ ହୋଇଛି। ବାକି ୫ଟି ଯାକ ଜୋନ୍‌କୁ ପୋଛି ନେଇଛି ବିଜେପି।

ବଲାଙ୍ଗିର ଜିଲ୍ଲାରେ ପ୍ରଭାବହୀନ ହୋଇଛନ୍ତି ମନ୍ତ୍ରୀ ଯୋଗେନ୍ଦ୍ର ବେହେରା। ଆଗଲପୁର, ପୁଇଁତଳା ଓ ଲୋଇସିଂହା ବ୍ଲକ୍‌ର ୭ଟି ଜୋନ୍‌ରୁ ୬ଟିକୁ ଦଖଲ କରିଛି ବିଜେପି। ବଲାଙ୍ଗିରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମ୍ୟାଜିକ୍ କାମ କରି ନାହିଁ।

କଂଗ୍ରେସ ଅକ୍ତିଆରରେ ଥିବା କିଛି ଅଞ୍ଚଳକୁ ବିଜେଡି ହାତେଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପତିଆରା ଥିବା ପୁରୀ ଜିଲ୍ଲା କଣାସରେ ୩ଟି ଯାକ ଜିଲ୍ଲା ପରିଷଦ ଆସନକୁ ବିଜେଡି ଅକ୍ତିଆର କରିଛି।

ନୂଆପଡ଼ାରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନିରାଶ ହେବାକୁ ପଡ଼ିଛି। ଏଠାରେ ଦୁଇଟି ଯାକ ଆସନରେ ବିଜେଡି ବିଜୟ ଲାଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story