ରାଜଧାନୀରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଏ. ଶିବା ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜୟଦେବବାଟିକା ଅଞ୍ଚଳରେ ଏନ୍‌କାଉଣ୍ଟର। ଗତକାଲି ରାତିରେ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଏ. ଶିବା ଆହତ ହୋଇଛି। ଖସିବାକୁ ଉଦ୍ୟମ କରି ପୋଲିସ ଉପରକୁ ସେ ପ୍ରଥମେ ୬ ରାଉଣ୍ଡ୍ ଗୁଳି ଚଳାଇଥିଲା।

ପୋଲିସର ପାଲଟା ଗୁଳିରେ ଶିବା ଆହତ ହୋଇଥିବା ସୂଚନା ମିଳିଛି।  ଶିବା ନାଁରେ ଏକାଧତ୍କ ଅପରାଧିକ ମାମଲା ରହିଥିବା ପୋଲିସ କହିଛି। କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍ୱାଡ୍ ଏହି ଏନ୍‌କାଉଣ୍ଟର କରିଥିଲା। ଶିବାଠାରୁ ପୋଲିସ ଗୋଟି ବନ୍ଧୁକ ସହ ୩ ରାଉଣ୍ଡ୍ ଗୁଳି ଜବତ କରିଛି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ୱର ୧୧ ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କହେଁଇପୁର ନିକଟରେ  ପୋଲିସ୍ ଗୁଳିରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ସଉରୀ ନାହାକ ଓ ମିଟୁ ପ୍ରଧାନ ଗୁରୁତର ଆହତ ହୋଇଥିଲେ।