୬ ମନ୍ତ୍ରୀଙ୍କ ଘର ଆଗରେ ଗଣ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର: ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବାର ୫ ମାସ ବିତି ଯାଇଥିଲେ ହେଁ ଗଣ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆବଶ୍ୟକ ମୋଡାଲିଟି ପ୍ରକାଶ ପାଇ ନାହିଁ। ଶୀଘ୍ର ମୋଡାଲିଟି ପ୍ରକାଶ କରିବା ଦାବିରେ ଆଜି ଗଣ ଶିକ୍ଷକ ମହାସଂଘ ପକ୍ଷରୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ମିଶ୍ରଙ୍କ ସମେତ ମନ୍ତ୍ରୀ ସ୍ତରୀୟ କମିଟିର ୬ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଦେବୀ ମିଶ୍ରଙ୍କ ସମେତ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ, ପଞ୍ଚାୟତିରାଜ ମନ୍ତ୍ରୀ […]

ganasikhyaka

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 12:15 PM IST

ଭୁବନେଶ୍ୱର: ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବାର ୫ ମାସ ବିତି ଯାଇଥିଲେ ହେଁ ଗଣ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆବଶ୍ୟକ ମୋଡାଲିଟି ପ୍ରକାଶ ପାଇ ନାହିଁ। ଶୀଘ୍ର ମୋଡାଲିଟି ପ୍ରକାଶ କରିବା ଦାବିରେ ଆଜି ଗଣ ଶିକ୍ଷକ ମହାସଂଘ ପକ୍ଷରୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ମିଶ୍ରଙ୍କ ସମେତ ମନ୍ତ୍ରୀ ସ୍ତରୀୟ କମିଟିର ୬ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଦେବୀ ମିଶ୍ରଙ୍କ ସମେତ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ, ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବାସଭବନ ସମ୍ମୁଖରେ ଶିକ୍ଷକଶିକ୍ଷୟିତ୍ରୀମାନେ ଧାରଣା ଦେଇଥିଲେ। ସମସ୍ତ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପୋଲିସ୍ ଅଟକ ରଖିଛି।

ସଂଘ ଅଭିଯୋଗ କରିଛି ଯେ ପ୍ରକାଶ ପାଇବାକୁ ଥିବା ମୋଡାଲିଟିରେ ଓଟିଇଟିକୁ ସ୍ଥାନିତ କରାଯାଉଥିବା ଜଣାପଡ଼ିଛି। ଏପରି ହେଲେ କାର୍ଯ୍ୟରତ ୧୭,୦୦୦ରୁ ଅଧିକ ତାଲିମ ପ୍ରାପ୍ତ ଗଣଶିକ୍ଷକ ନିୟମିତ ହେବାରୁ ବଞ୍ଚିତ ହେବେ। ମୋଡାଲିଟିରେ ଓଟିଇଟିକୁ ସଂଘ ଦୃଢ଼ ବିରୋଧ କରୁଛି।

ଧାରଣାରେ ସାମିଲ ହୋଇଥିବା ଜଣେ ଗଣ ଶିକ୍ଷକ କହିଛନ୍ତି,“ଆମେ ଆମ ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛୁ। ଗଣ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଗତ ଜୁଲାଇ ୨୫ ତାରିଖରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା। କିନ୍ତୁ ମୋଡାଲିଟି ପ୍ରସ୍ତୁତି ଆଳରେ ଏହି ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଛି।”

ଅନ୍ୟ ଜଣେ ଗଣ ଶିକ୍ଷକ କହିଛନ୍ତି,“ମୋଡାଲିଟି ପ୍ରକାଶ କରିବାରେ ସରକାର ଆହୁରି ବିଳମ୍ବ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ପ୍ରତାରଣାର ଫଳ କ’ଣ ହୋଇପାରେ ଆମେ ତାହା ସରକାରଙ୍କୁ ଜଣାଇ ଦେବୁ।”

ଜଣେ ଶିକ୍ଷୟିତ୍ରୀ ପଞ୍ଚାୟତ ନିର୍ବାଚନ ବର୍ଜନ କରାଯିବ ବୋଲି ମଧ୍ୟ କହିଛନ୍ତି।

ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି,“ଆନ୍ଦୋଳନ ବଦଳରେ ସଂଘର ପ୍ରତିନିଧିମାନେ ଆଲୋଚନା କରିପାରିଥା’ନ୍ତେ। ମୋଡାଲିଟିରେ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି। ମୋଡାଲିଟିର ରୂପରେଖ ଚୂଡ଼ାନ୍ତ ହୋଇସାରିଛି। ଖୁବ୍‌ଶୀଘ୍ର ମୋଡାଲିଟି ନେଇ ନିଷ୍ପତ୍ତି ନିଆଯିବ।”

Related story