ରାଜ୍ୟରେ ବଢ଼ି ଚାଲିଛି ନିର୍ବାଚନୀ ହିଂସା

ଭୁବନେଶ୍ୱର: ରାଜ୍ୟରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଏହାକୁ ନେଇ ହିଂସାକାଣ୍ଡ ବଢ଼ି ଚାଲିଛି। ବିଭିନ୍ନ ଜିଲ୍ଲାରେ ଘଟୁଥିବା ଗୋଷ୍ଠୀ ସଂଘର୍ଷ, ମାର୍‌ପିଟ୍‌ ସାଙ୍ଗକୁ ଗୁଳି ଓ ବୋମାମାଡ଼ ଘଟଣା ପରିବେଶକୁ ଅଶାନ୍ତ କରିଛି। ଦୁଇ ଦିନ ତଳେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ପରେ ପୁଣି ଅଶାନ୍ତ ହୋଇଛି କଟକ ଜିଲ୍ଲା ନିଆଳି ବ୍ଲକ୍ ପୋଦନା ଗାଁ। ଚାରିଟି ପରିବାରର ଘର ଜଳାଇ ଦେଇଛନ୍ତି ବିରୋଧୀ ଗୋଷ୍ଠୀ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁରେ […]

chared

chared

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 08:32 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଏହାକୁ ନେଇ ହିଂସାକାଣ୍ଡ ବଢ଼ି ଚାଲିଛି। ବିଭିନ୍ନ ଜିଲ୍ଲାରେ ଘଟୁଥିବା ଗୋଷ୍ଠୀ ସଂଘର୍ଷ, ମାର୍‌ପିଟ୍‌ ସାଙ୍ଗକୁ ଗୁଳି ଓ ବୋମାମାଡ଼ ଘଟଣା ପରିବେଶକୁ ଅଶାନ୍ତ କରିଛି।

ଦୁଇ ଦିନ ତଳେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ପରେ ପୁଣି ଅଶାନ୍ତ ହୋଇଛି କଟକ ଜିଲ୍ଲା ନିଆଳି ବ୍ଲକ୍ ପୋଦନା ଗାଁ। ଚାରିଟି ପରିବାରର ଘର ଜଳାଇ ଦେଇଛନ୍ତି ବିରୋଧୀ ଗୋଷ୍ଠୀ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁରେ ପୋଲିସ୍ ମୁତୟନ କରାଯାଇଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ତେନ୍ତୁଳିଡ଼ିହି ଗାଁରେ ଦେଖାଯାଇଛି ରାଜନୈତିକ ହିଂସା। ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ଭିତରେ ସଂଘର୍ଷ ଘଟି ଜଣେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଠାରେ ୧୯ ତାରିଖରେ ମତଦାନ ହେବାକୁ ଥିବା ବେଳେ ପୋଲିସ୍ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି।

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍‌ରେ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଲୋକେ କିଶୋରନଗର ଥାନା ଘେରାଉ କରିଥିଲେ।

ଗତକାଲି ପରି ଆଜି ବି ଆଠଗଡ଼ରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ସୁବାସ ଭୋଇ ନାମକ ଜଣେ କର୍ମୀ ଗୁରୁତର ଭାବେ ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଶଙ୍ଖେଇ ଗାଁରେ ଦୁଇ ରାଜନୈତିକ ଦଳର କର୍ମୀ ପ୍ରଚାର କରୁଥିବା ବେଳେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ବୋମାମାଡ଼ ସାଙ୍ଗକୁ ଫାଙ୍କା ଗୁଳିଚାଳନାର ଅଭିଯୋଗ ଆସିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି।

ଯାଜପୁର ଧର୍ମଶାଳା ବ୍ଲକ୍ ସୁରତପୁର ଗାଁରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ବିରୋଧୀ ଗୋଷ୍ଠୀର ଜଣଙ୍କ ଘର ପୋଡ଼ି ଦେବା ସହ ତାଙ୍କ ପରିବାର ଲୋକଙ୍କୁ ମାର୍‌ପିଟ୍ କରିଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ବୃଦ୍ଧା ଆହତ ହୋଇଛନ୍ତି।

କେନ୍ଦ୍ରାପଡ଼ାର ପାଟକୁରାରେ ଜିଲ୍ଲା ପରିଷଦ ଆସନରେ ଛିଡ଼ା ହୋଇଥିବା ଜଣେ ପ୍ରାର୍ଥୀଙ୍କ ପୁଅକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି। ଉତ୍ତ୍ୟକ୍ତ ଲୋକେ ପାଟକୁରା-ଟିକନପୁର ରାସ୍ତା ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story