ଭୁବନେଶ୍ୱର: ରାଜଧାନୀରେ କାମୁକ ଯୁବକଠାରୁ ନିଜକୁ ରକ୍ଷା ପାଇଲେ ଯୁବତୀ। ଯୁବକଙ୍କ କବଳରୁ ନିଜକୁ ରକ୍ଷା ପାଇବା ପାଇଁ ପଥରରେ ତାକୁ ଛେଚିଲେ। ପରେ ୧୦ ଫୁଟ ଉଚ୍ଚତାର ପାଚେରୀ ନିକଟରେ ଥିବା ଗଛକୁ ଚଢି ତଳକୁ ଡେଇଁ ଖସି ଆସିଛନ୍ତି ଯୁବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀରେ।
ଚାକିରି କରାଇ ଦେବାକୁ କହି ଯୁବତୀଙ୍କୁ କେନ୍ଦ୍ରାପଡ଼ା ଅଞ୍ଚଳର ବାପି ଜେନା ଭୁବନେଶ୍ୱର ଡାକି ଆଣିଥିଲେ। ଯୁବତୀ ଜଣକ ଗତକାଲି ତାଙ୍କ ମା’ଙ୍କ ସହ ଭୁବନେଶ୍ୱର ଆସି ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନରେ ଉହ୍ଲାଇଥିଲେ। ଷ୍ଟେସନରେ ଯୁବତୀଙ୍କ ମାଆଙ୍କୁ ଅଭିଯୁକ୍ତ ଜଣକ ୧୫,୦୦ ଟଙ୍କା ଦେଇ ଘରକୁ ପଠାଇ ଦେଇଥିଲେ। ତା’ପରେ ଯୁବତୀ ଜଣକୁ ସିଧା ୱାଗନ୍ ଫ୍ୟା୍କ୍ଟ୍ରିର ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର ଉଦ୍ୟମ କରିଥିଲେ ସମ୍ପୃକ୍ତ ଯୁବକ। ପୀଡିତା ଜଣକ କହିଛନ୍ତି,“ରେଲୱେ ଟ୍ରାକ୍ରେ ଚାଲିଚାଲି ଆସିବା ବେଳେ ଯୁବକ ଜଣକ ମୋ ସହିତ ଅଶାଳୀନ ବ୍ୟବହାର କରିଥିଲେ। ଏପରିକି ମୋ ପାଟିକୁ ଜାବୁଡି ଧରି ମାରିଦେବାକୁ ଧମକ ଦେଇଥିଲା। ପରେ ପାଖ ମନ୍ଦିରରେ ବାହା ହୋଇ ବାଙ୍ଗାଲୁରୁ ନେବ ବୋଲି କହିଥିଲା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।