ଝାରପଡ଼ା ଜେଲ୍‌ରେ ପ୍ରଦୀପ ସେଠୀଙ୍କ ସମେତ ୫ ଜଣଙ୍କୁ ଏସ୍‌ଏଫ୍‌ଆଇଓ ଟିମ୍‌ର ଜେରା

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ ଏଟି ଚିଟ୍‌ଫଣ୍ଡ୍ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୫ ଜଣଙ୍କୁ ପଚରାଉଚରା କରୁଛି ସିରିୟସ୍‌ ଫ୍ରଡ୍ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ)ର ୫ ଜଣିଆ ଟିମ୍‌। ପ୍ରଦୀପ ସେଠୀଙ୍କ ସହିତ ମନୋଜ ପଟ୍ଟନାୟକ, ଜ୍ୟୋତିପ୍ରକାଶ ଜୟପ୍ରକାଶ, ଶ୍ରୀକୃଷ୍ଣ ପାଢ଼ୀ ଓ ଦୀପକ ପାରେଖଙ୍କୁ ଟିମ୍‌ ମେମ୍ବରମାନେ ପଚରାଉଚରା କରିଛନ୍ତି। ଜେଲ୍‌ର ଏକ ସ୍ୱତନ୍ତ୍ର ରୁମ୍‌ରେ ସମସ୍ତଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା। ପରେ ସମସ୍ତଙ୍କୁ ମିଳିତ ଜେରା କରାଯାଇଥିଲା। କମ୍ପାନୀ ଆକ୍ଟ ଉଲ୍ଲଂଘନ […]

pradip sethy

Rakesh Mallick
  • Published: Tuesday, 07 February 2017
  • , Updated: 06 April 2017, 07:02 PM IST

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ ଏଟି ଚିଟ୍‌ଫଣ୍ଡ୍ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୫ ଜଣଙ୍କୁ ପଚରାଉଚରା କରୁଛି ସିରିୟସ୍‌ ଫ୍ରଡ୍ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ)ର ୫ ଜଣିଆ ଟିମ୍‌। ପ୍ରଦୀପ ସେଠୀଙ୍କ ସହିତ ମନୋଜ ପଟ୍ଟନାୟକ, ଜ୍ୟୋତିପ୍ରକାଶ ଜୟପ୍ରକାଶ, ଶ୍ରୀକୃଷ୍ଣ ପାଢ଼ୀ ଓ ଦୀପକ ପାରେଖଙ୍କୁ ଟିମ୍‌ ମେମ୍ବରମାନେ ପଚରାଉଚରା କରିଛନ୍ତି।

ଜେଲ୍‌ର ଏକ ସ୍ୱତନ୍ତ୍ର ରୁମ୍‌ରେ ସମସ୍ତଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା। ପରେ ସମସ୍ତଙ୍କୁ ମିଳିତ ଜେରା କରାଯାଇଥିଲା।

କମ୍ପାନୀ ଆକ୍ଟ ଉଲ୍ଲଂଘନ କରି ଏଟି କିପରି ଠକେଇ କରିଛି ସେଦିଗରେ ତଦନ୍ତ କରାଯାଉଛି। ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ତଦନ୍ତ ଜାରି ରହିବ। ଏହି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତଦନ୍ତ ଜାରି ରଖିଛନ୍ତି।

Related story