ଭୁବନେଶ୍ୱର ତାପମାତ୍ରା ୪୪.୧ ଡିଗ୍ରୀ: ଭାଙ୍ଗିଲା ୬ ବର୍ଷର ରେକର୍ଡ

ଭୁବନେଶ୍ୱର: ପୁଣି ଥରେ ଏପ୍ରିଲ ମାସରେ ଭୁବନେଶ୍ୱରର ତାପମାତ୍ରା ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀର ତାପମାତ୍ରା ୪୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ଗତ ୬ ବର୍ଷ ମଧ୍ୟରେ ଏପ୍ରିଲ ମାସରେ ସର୍ବାଧିକ। ୨୦୧୦ ଏପ୍ରିଲ ୯ ତାରିଖରେ ରାଜଧାନୀର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଅସହ୍ୟ […]

heat wave in odisha

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 04:47 PM IST

ଭୁବନେଶ୍ୱର: ପୁଣି ଥରେ ଏପ୍ରିଲ ମାସରେ ଭୁବନେଶ୍ୱରର ତାପମାତ୍ରା ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀର ତାପମାତ୍ରା ୪୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ଗତ ୬ ବର୍ଷ ମଧ୍ୟରେ ଏପ୍ରିଲ ମାସରେ ସର୍ବାଧିକ। ୨୦୧୦ ଏପ୍ରିଲ ୯ ତାରିଖରେ ରାଜଧାନୀର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି।

ଅସହ୍ୟ ଖରା ସାଙ୍ଗକୁ ଗରମ ପବନରେ ରାଜ୍ୟବାସୀ ଅତିଷ୍ଠ ହୋଇପଡିଲେଣି। ପ୍ରାୟ ସବୁ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସ୍ଥିତି ଏପରି ହୋଇଛି ଯେ ଦିନ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଅତି ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରିବାକୁ ଉଚିତ ମଣୁନାହାନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଦୋକାନବଜାର ମଧ୍ୟ ବନ୍ଦ ହୋଇଯାଉଥିବା ଦେଖିବାକୁ ମିଳୁଛି।

ଆଜି ବାଲେଶ୍ୱରରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୪୨.୩, କଟକରେ ୪୨.୦, ପାରାଦ୍ୱୀପରେ ୩୧.୫, ଭୁବନେଶ୍ୱରରେ ୪୪.୧, ଗୋପାଳପୁର ୩୨.୦, ପୁରୀରେ ୩୩.୬, ଅନୁଗୋଳରେ ୪୨.୭, ବାରିପଦାରେ ୪୨.୧, ଝାରସୁଗୁଡାରେ ୪୩.୧, କେନ୍ଦୁଝରଗଡରେ ୪୧.୨, ସମ୍ବଲପୁର ୪୨.୨, ହୀରାକୁଦରେ ୪୨.୭, ତାଳଚେରରେ ୪୩.୬, ଭବାନୀପାଟଣାରେ ୪୨.୮, ବଲାଙ୍ଗିରରେ ୪୩.୦, କୋରାପୁଟରେ ୩୬.୬, ଫୁଲବାଣୀରେ ୪୦.୨, ଟିଟଲାଗଡରେ ୪୨.୦, ମାଲକାନଗିରିରେ ୪୨.୪ ଓ ଦାରିଙ୍ଗବାଡିରେ ୩୭.୦ ଡିଗ୍ରୀ ତାପମାତ୍ରା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, “ଏପରି ସ୍ଥିତି ଆହୁରି ଗୋଟିଏ ସପ୍ତାହ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଉଛି। ଦକ୍ଷିଣ-ପଶ୍ଚିମମାଞ୍ଚଳରୁ ଗରମ ପବନ ଆସୁଛି। ଯାହା ଫଳରେ ରାଜ୍ୟରେ ତାପମାତ୍ର ବୃଦ୍ଧି ପାଉଛି।”

ଗ୍ରୀଷ୍ମ ପ୍ରଭାବ ଯୋଗୁଁ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ଘଟୁଥିବା ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି। କଟକ ଜିଲ୍ଲା ଆଠଗଡ଼ର କଖଡ଼ି ବ୍ରାହ୍ମଣବସ୍ଥ ଗାଁର ବିଷ୍ଣୁଚରଣ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କର ଆଜି ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆଜି ଗୋଟିଏ ଦିନରେ ୩ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି। ବାଲେଶ୍ୱରର ସୋର, ଢେଙ୍କାଳାର ଗଁଦିଆ ବ୍ଲକ ଅଶ୍ୱଖଳା ଓ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଲାର୍କି ଗାଁରୁ ଏହି ଅଭିଯୋଗ ଆସିଛି। ଏହାକୁ ମିଶାଇ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚି ଥିବା ଏସ୍‌ଆରସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

Related story