ଭୁବନେଶ୍ୱର: ବିନା ଟିକେଟରେ ଯାତ୍ରା କରୁଥିବା ନାବାଳକଙ୍କୁ ଟିଟିଇ ଟ୍ରେନରୁ ଠେଲି ଦେବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଷ୍ଟେସନ ନିକଟରେ ଚେନ୍ନାଇ-ହାୱଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରୁ ଜଣେ ନାବାଳକକୁ ଟିଟିଇ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପିଲାଟିକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତ ପିଲାଟିର ନାଁ ପି.କ୍ରିଷ୍ଣା(୧୫)। କ୍ରିଷ୍ଣା ମଞ୍ଚେଶ୍ୱର ପଦାସାହି ରେଲୱେ ଟ୍ରାକ କଡ଼ରେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ସ୍ଥାନୀୟ ଲୋକେ ଏହି ଘଟଣା ବିଷୟରେ ନନ୍ଦନକାନନ ଥାନାକୁ ଜଣାଇଥିଲେ। ନନ୍ଦନକାନନ ଥାନା ଆଇଆଇସି ଆସି ପିଲାଟିକୁ ଉଦ୍ଧାର କରି […]

bhubanswer

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 10:51 AM IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଷ୍ଟେସନ ନିକଟରେ ଚେନ୍ନାଇ-ହାୱଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରୁ ଜଣେ ନାବାଳକକୁ ଟିଟିଇ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପିଲାଟିକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତ ପିଲାଟିର ନାଁ ପି.କ୍ରିଷ୍ଣା(୧୫)। କ୍ରିଷ୍ଣା ମଞ୍ଚେଶ୍ୱର ପଦାସାହି ରେଲୱେ ଟ୍ରାକ କଡ଼ରେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ସ୍ଥାନୀୟ ଲୋକେ ଏହି ଘଟଣା ବିଷୟରେ ନନ୍ଦନକାନନ ଥାନାକୁ ଜଣାଇଥିଲେ। ନନ୍ଦନକାନନ ଥାନା ଆଇଆଇସି ଆସି ପିଲାଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

କ୍ରିଷ୍ଣା କହିଛନ୍ତି, “ମୁଁ ଚେନ୍ନାଇ- ହାୱଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ଭାଇଜାକରୁ କଟକ ଆସୁଥିଲି । ଏହି ସମୟରେ ଜଣେ ଟିଟିଇ ଟିକେଟ ଯାଞ୍ଚ ଲାଗି  ଟିକେଟ ମାଗିଥିଲେ। ମୋ ପାଖରେ ଟିକଟ ନ ଥିବାରୁ ଟିଟିଇ ଫ।ଇନ ମାଗିଥିଲେ।  ମୋ ପାଖରେ ପଇସା ନ ଥିଲା।  ମୁଁ ଫ।ଇନ  ନ ଦେବାକୁ  ଟିଟିଇ ମୋତେ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ। କଟକରେ ମୋ ସମ୍ପର୍କୀୟଙ୍କୁ ଦେଖାକରିବା ପାଇଁ  ମୁଁ ଆସିଥିଲି।”

ଜିଆରପି ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରେନରେ ଡ୍ୟୁଟିରେ ଥିବା ୩ ଟିଟିଇଙ୍କୁ ପଚରାଉଚରା କରୁଛି।

Related story