ଭୁବନେଶ୍ୱର ମେୟରଙ୍କ ବାସଭବନକୁ ବିଜେପି ଯୁବମୋର୍ଚ୍ଚାର ଅଣ୍ଡାମାଡ ଅଭିଯୋଗ

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ନେଇ ମେୟରଙ୍କ ବାପୁଜୀ ନଗରସ୍ଥିତ ବାସଭବନକୁ ଅଣ୍ଡାମାଡ଼ କରାଯାଇଛି। ଆଜି ସକାଳେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି। ସଂଗଠନର ୩ ଜଣ ସଦସ୍ୟ ହାତରେ ବିଜେପି ପତାକା ଧରି ପ୍ରଥମେ ମେୟରଙ୍କ ବାସଭବନକୁ ଯାଇଥିଲେ। ପରେ ଗେଟ୍‌ ବାହାରୁ ବାସଭବନ ଭିତରକୁ ଅଣ୍ଡା ଫୋପାଡ଼ିଥିଲେ। ପ୍ରାୟ ୧୫ରୁ୨୦ ମିନିଟ୍‌ ଧରି ଏଭଳି ଅଣ୍ଡାମାଡ଼ […]

mayer

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 06:03 PM IST

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ନେଇ ମେୟରଙ୍କ ବାପୁଜୀ ନଗରସ୍ଥିତ ବାସଭବନକୁ ଅଣ୍ଡାମାଡ଼ କରାଯାଇଛି। ଆଜି ସକାଳେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି। ସଂଗଠନର ୩ ଜଣ ସଦସ୍ୟ ହାତରେ ବିଜେପି ପତାକା ଧରି ପ୍ରଥମେ ମେୟରଙ୍କ ବାସଭବନକୁ ଯାଇଥିଲେ। ପରେ ଗେଟ୍‌ ବାହାରୁ ବାସଭବନ ଭିତରକୁ ଅଣ୍ଡା ଫୋପାଡ଼ିଥିଲେ। ପ୍ରାୟ ୧୫ରୁ୨୦ ମିନିଟ୍‌ ଧରି ଏଭଳି ଅଣ୍ଡାମାଡ଼ କରିଥିଲେ। ମେୟରଙ୍କ ଗିରଫ ଓ ଇସ୍ତଫା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏହାସହ ତାଙ୍କ ବାସଭବନ ସମ୍ମୁଖରେ ମୋର୍ଚ୍ଚାର ସଦସ୍ୟମାନେ ବିଜେପି ପତାକା ପୋତି ଥିଲେ।

ଗତକାଲି ବିଜେପି ପକ୍ଷରୁ ଏନ୍‌ଏସି ଓ ପୌରାଞ୍ଚଳରେ ଦୁଇ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ କରାଯାଇଥିଲା। ଆସନ୍ତାକାଲି ଦଳ ପକ୍ଷରୁ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଛି।

ବିଜେପି ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି,“ଭୁବନେଶ୍ୱର ମେୟର ଯେଉଁ ଯୌନ କେଳେଙ୍କାରୀ କରିଛନ୍ତି ତାହା ଉପରେ ଏକ ଜନ ଆକ୍ରୋଶ ପ୍ରତିଫଳନ ହୋଇଛି। ମେୟର ଅଧା ରାତିରେ ଥାନା ଆଗରେ ଲୋକମାନଙ୍କୁ ନେଇ ବସିବାର କାରଣ କ’ଣ ? ମେୟର ଓ ବିଜୁ ଜନତା ଦଳ ବିରୋଧରେ ଜନ ଆକ୍ରୋଶ ବଢ଼ିଛି। ବିଜେପି ଯୁବ ମୋର୍ଚ୍ଚା ନାଁରେ ମେୟରଙ୍କ ବାସଭବନକୁ ଅନ୍ୟ ଅଣ୍ଡାମାଡ଼ କରିଛି, ଏହା ଆମ ଯୋଜନା ଭିତ୍ତିକ କାମ ନୁହେଁ। ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି।”

ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି,“ଆଜି ସକାଳେ ମୋ ଘର ଉପରକୁ ଅଣ୍ଡା ଫିଙ୍ଗିବା ପାଇଁ ଆସିଥିବା ଯୁବକ ମୁଖା ପିନ୍ଧିଥିଲେ। ଆତଙ୍କବାଦୀଙ୍କ ପରି ୨ଟି ବାଇକରେ ୪ ଜଣ ଆସିଥିଲେ।୨ ଜଣ ଅଣ୍ଡା ଫିଙ୍ଗି ଥିଲେ। ଆଉ ଜଣେ ୨ ଜଣ ସୁଟିଂ କରିଥିଲେ। ମୋତେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ।”

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ମେୟରଙ୍କ ବାସଭବନରେ ବିଜେପି କର୍ମକର୍ତ୍ତାମାନେ ଅଣ୍ଡାମାଡ କରିନାହାନ୍ତି। ଗଣତନ୍ତ୍ରର କଣ୍ଠରୋଧ ଯୋଗୁ ଏହା ଆକ୍ରୋଶର ପ୍ରତିଫଳନ।”

Related story