ଭୁବନେଶ୍ୱର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପପୁଅଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର କୋଅପରେଟିଭ କଲୋନୀରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ବାପପୁଅ । ବାପର ନାଁ ସରତ ହୋଇଥିବା ବେଳେ ପୁଅର ନାଁ ଜଣାପଡ଼ି ନାହିଁ। ଏକ ୨ ମହଲା କୋଠାରୁ ଲୁହା ପାଇପ୍ କାଢ଼ିବା ବେଳେ ହଠାତ ପାଇପଟି ନିକଟସ୍ଥ ଇଲେଭେନ୍ କେଭି ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା। ଫଳରେ ଉଭୟ ବାପା ଏବଂ ପୁଅ ଗୁରୁତର ଆହତ ହୋଇଥିଲେ। ସଙ୍ଗେ […]

death

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 10:11 AM IST

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର କୋଅପରେଟିଭ କଲୋନୀରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ବାପପୁଅ । ବାପର ନାଁ ସରତ ହୋଇଥିବା ବେଳେ ପୁଅର ନାଁ ଜଣାପଡ଼ି ନାହିଁ। ଏକ ୨ ମହଲା କୋଠାରୁ ଲୁହା ପାଇପ୍ କାଢ଼ିବା ବେଳେ ହଠାତ ପାଇପଟି ନିକଟସ୍ଥ ଇଲେଭେନ୍ କେଭି ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା। ଫଳରେ ଉଭୟ ବାପା ଏବଂ ପୁଅ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଉକ୍ତ ଘରକୁ ସିଲ୍ କରି ଘଟଣାର ତଦନ୍ତ ଜାରି ରଖିଛି।

ଏହି ଘରର ଜଣେ ସଦସ୍ୟ କହିଛନ୍ତି, ମୃତ ସରତ ତାଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ସବୁ ଦିନ ଭଳି ଆଜି ସକାଳେ ବି ସେ କାମକୁ ଆସିଥିଲେ। ତେବେ ଛାତ ଉପରେ ଥିବା ଏକ ଲମ୍ବା ଲୁହା ପାଇପକୁ ନେବା ପାଇଁ ସେ ତାଙ୍କୁ କହିଥିଲେ। ସରତ ଜଟଣୀରେ ଏକ ଘର ତିଆରି କରୁଛନ୍ତି। ସେହି ନିର୍ମାଣାଧୀନ ଘର କାର୍ଯ୍ୟରେ ଲଗାଇବା ପାଇଁ ପାଇପଟିକୁ ନେବାକୁ ଚାହୁଁଥିଲେ। ଅନୁମତି ପାଇବା ପରେ ସେ ପାଇପଟିକୁ ଛାତ ଉପରୁ ତଳକୁ ଆଣିଥିଲେ। ପରେ ପୁଅକୁ ଡାକି ଥିଲେ ସେଇଟିକୁ ଘରକୁ ନେବାକୁ। ପାଇପଟିକୁ ଘର ଗେଟରୁ ବାହାର କରୁଥିବା ବେଳେ ତାହା ନିକଟସ୍ଥ ୧୧ କେଜି ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା। ପାଇପଟି ୨୦ରୁ ୨୨ ଫୁଟ ଉଚ୍ଚ ହୋଇଥିବାରୁ ବିଦ୍ୟୁତ୍ ତାରରେ ଲାଗିଗଲା।

Related story