ସମ୍ବଲପୁର: ଭୂଷଣ ପ୍ଲାଣ୍ଟରେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ, ବୁର୍ଲା ପାୱାର ଚାନେଲରେ ବୁଡ଼ିଗଲେ ଇଂଜିନିୟରିଂ ଛାତ୍ର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆଜି ଘଟିଛି ଦୁଇଟି ଦୁଃଖଦ ଘଟଣା। ଜିଲ୍ଲାର ଠେଲକୁଲି ସ୍ଥିତ ଭୂଷଣ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରସନ୍ନ ଷଣ୍ଢ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ। ସେ ଏଠାରେ ଭୂଷଣ ପ୍ଲାଣ୍ଟର କୋଲୱାସେରୀ ବିଭାଗର କନଭେୟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଆଉ ଏକ ଦୁଃଖଦ ଘଟଣା ଘଟିଛି ଜିଲ୍ଲାର ବୁର୍ଲା ସହରରେ। ବୁର୍ଲା ପାୱାର ଚାନେଲରେ ବୁଡ଼ି ଭିଏସଏସ ୟୁଟିର […]

burla

Rakesh Mallick
  • Published: Saturday, 10 October 2015
  • , Updated: 10 October 2015, 02:55 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆଜି ଘଟିଛି ଦୁଇଟି ଦୁଃଖଦ ଘଟଣା। ଜିଲ୍ଲାର ଠେଲକୁଲି ସ୍ଥିତ ଭୂଷଣ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରସନ୍ନ ଷଣ୍ଢ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ। ସେ ଏଠାରେ ଭୂଷଣ ପ୍ଲାଣ୍ଟର କୋଲୱାସେରୀ ବିଭାଗର କନଭେୟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ଆଉ ଏକ ଦୁଃଖଦ ଘଟଣା ଘଟିଛି ଜିଲ୍ଲାର ବୁର୍ଲା ସହରରେ। ବୁର୍ଲା ପାୱାର ଚାନେଲରେ ବୁଡ଼ି ଭିଏସଏସ ୟୁଟିର ୪ର୍ଥ ବର୍ଷର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶ୍ରୀନିବାସ ବାରିକ। ତାଙ୍କ ଘର ସାଲେପୁର ଅଞ୍ଚଳରେ। ସେ ବୁର୍ଲା ପାୱାର ଚାନେଲର ବିଷ୍ଣୁ ମନ୍ଦିର ଘାଟରେ ବୁଡ଼ି ଯାଇଥିବା ଜଣାପଡ଼ିଛି।

Related story