ବିବାଦୀୟ ଭିଡିଓ ପ୍ରସାରଣ ଉପରୁ ଉଠିଲା କଟକଣା

ଭୁବନେଶ୍ୱର: ବିବାଦୀୟ ଭିଡିଓକୁ ନେଇ କୋର୍ଟକୁ ଯାଇଥିବା ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଶକ୍ତ ଧକ୍କା ଲାଗିଛି। ଏହି ଭିଡିଓ ପ୍ରସାରଣ ନେଇ ଗଣମାଧ୍ୟମ ଉପରେ ଲାଗୁ ହୋଇଥିବା କଟକଣାକୁ ଭୁବନେଶ୍ୱର କୋର୍ଟ ଉଠାଇ ଦେଇଛନ୍ତି। ମେୟରଙ୍କ ଆବେଦନ ପରେ କୋର୍ଟ ଏହି ଭିଡିଓ ପ୍ରସାରଣ ଉପରେ କଟକଣା ଲଗାଇଥିଲେ। ଏ ସମ୍ପର୍କିତ ଖବର ବୈଦ୍ୟୁତିକ ଗଣମାଧ୍ୟମ ସହ ଖବରକାଗଜରେ ମଧ୍ୟ ପ୍ରକାଶ ପାଇଥିଲା। ତେବେ ମେୟର କେବଳ ବୈଦ୍ୟୁତିକ ଗଣମାଧ୍ୟମକୁ ପକ୍ଷଭୁକ୍ତ କରିଥିଲେ। ଅନ୍ୟପକ୍ଷରେ […]

anant

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 10:32 PM IST

ଭୁବନେଶ୍ୱର: ବିବାଦୀୟ ଭିଡିଓକୁ ନେଇ କୋର୍ଟକୁ ଯାଇଥିବା ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଶକ୍ତ ଧକ୍କା ଲାଗିଛି। ଏହି ଭିଡିଓ ପ୍ରସାରଣ ନେଇ ଗଣମାଧ୍ୟମ ଉପରେ ଲାଗୁ ହୋଇଥିବା କଟକଣାକୁ ଭୁବନେଶ୍ୱର କୋର୍ଟ ଉଠାଇ ଦେଇଛନ୍ତି। ମେୟରଙ୍କ ଆବେଦନ ପରେ କୋର୍ଟ ଏହି ଭିଡିଓ ପ୍ରସାରଣ ଉପରେ କଟକଣା ଲଗାଇଥିଲେ।

ଏ ସମ୍ପର୍କିତ ଖବର ବୈଦ୍ୟୁତିକ ଗଣମାଧ୍ୟମ ସହ ଖବରକାଗଜରେ ମଧ୍ୟ ପ୍ରକାଶ ପାଇଥିଲା। ତେବେ ମେୟର କେବଳ ବୈଦ୍ୟୁତିକ ଗଣମାଧ୍ୟମକୁ ପକ୍ଷଭୁକ୍ତ କରିଥିଲେ।

ଅନ୍ୟପକ୍ଷରେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ମେୟରଙ୍କ ବିରୋଧରେ କୌଣସି ଅପମାନଜନକ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଭିଡିଓ ପ୍ରସାରଣ ଦ୍ୱାରା ମେୟରଙ୍କ ମାନହାନୀ ହୋଇଛି କି ନାହିଁ ସେ ନେଇ କୋର୍ଟ ଶୁଣାଣି କରିବେ।

Related story