ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ୭ ମୃତ, ୪ ଗୁରୁତର

ଭୁବନେଶ୍ୱର: ରାଜ୍ୟର ୩ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଲିଗୋରଡଠାରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୋଳ ଜରପଡ଼ା ଲକ୍ଷ୍ମୀଧରପୁର ଗାଁର ଲିଟୁ କୁନ୍ଦେଇ। ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଜିଲ୍ଲା ବିଜାଖମନ […]

accident

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 08:30 PM IST

ଭୁବନେଶ୍ୱର: ରାଜ୍ୟର ୩ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଲିଗୋରଡଠାରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୋଳ ଜରପଡ଼ା ଲକ୍ଷ୍ମୀଧରପୁର ଗାଁର ଲିଟୁ କୁନ୍ଦେଇ। ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗିର ଜିଲ୍ଲା ବିଜାଖମନ ନିକଟରେ ଏକ ମାରୁତି ଓ ପିକ୍‌ଅପ୍‌ ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜାରିଂ ନିକଟ ଏନ୍‌ଏସ୍‌-୨୬ ନିକଟରେ ପୋଲ ତଳକୁ ଏକ ଟ୍ରାକ୍ଟର ଖସି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଗାଡ଼ି ଛାଡି ଫେରାର ହୋଇଯାଇଛନ୍ତି।

ଯାଜପୁର ଜିଲ୍ଲା ଛତିଆ ନିକଟରେ ଏନଏଚ୍-୧୬ ଅତିକ୍ରମ କରୁଥିବା ବେଳେ  ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଛକରେ ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଡମ୍ପର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Related story