ଜି-୨୦ରେ ମୋଦି-ଜିନପିଙ୍ଗ ଭେଟ: ପରସ୍ପରକୁ ପ୍ରଶଂସା, ଉଠିଲାନି ସୀମା ବିବାଦ

ନୂଆଦିଲ୍ଲୀ: ସିକ୍କିମ୍ ସୀମା ବିବାଦ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜର୍ମାନୀର ହାମବର୍ଗରେ ଚାଲିଥିବା ଜି-୨୦  ସମ୍ମିଳନୀ ଅବସରରେ ହୋଇଥିବା ବ୍ରିକ୍ସ ରାଷ୍ଟ୍ରଙ୍କ ଆଲୋଚନା ବେଳେ ଏହି ଭେଟ୍‌ଘାଟ ହୋଇଛି। ଉଭୟ ନେତା ଏହି ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଜିନ୍‌ପିଙ୍ଗଙ୍କ ଅଧ୍ୟକ୍ଷତାରେ ବ୍ରିକ୍ସ ଅଭିଯାନ ବେଶ୍ ପ୍ରଗତି କରିଥିବା କହି ପ୍ରଶଂସା କରିଥିଲେ ମୋଦି । ଅନ୍ୟପକ୍ଷରେ ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢେଇକୁ ପ୍ରଶଂସା […]

cow

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 08:26 AM IST

ନୂଆଦିଲ୍ଲୀ: ସିକ୍କିମ୍ ସୀମା ବିବାଦ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜର୍ମାନୀର ହାମବର୍ଗରେ ଚାଲିଥିବା ଜି-୨୦  ସମ୍ମିଳନୀ ଅବସରରେ ହୋଇଥିବା ବ୍ରିକ୍ସ ରାଷ୍ଟ୍ରଙ୍କ ଆଲୋଚନା ବେଳେ ଏହି ଭେଟ୍‌ଘାଟ ହୋଇଛି। ଉଭୟ ନେତା ଏହି ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଜିନ୍‌ପିଙ୍ଗଙ୍କ ଅଧ୍ୟକ୍ଷତାରେ ବ୍ରିକ୍ସ ଅଭିଯାନ ବେଶ୍ ପ୍ରଗତି କରିଥିବା କହି ପ୍ରଶଂସା କରିଥିଲେ ମୋଦି । ଅନ୍ୟପକ୍ଷରେ ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢେଇକୁ ପ୍ରଶଂସା କରିଥିଲେ ଜିନ୍‌ପିଙ୍ଗ।

ତେବେ ହମବର୍ଗରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାଯର୍ୟକ୍ରମ ନାହିଁ । ସୀମାରେ ଲାଗି ରହିଥିବା ବିବାଦ ଦୃଷ୍ଟିରୁ ବର୍ତ୍ତମାନ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ଲାଗି ଉପଯୁକ୍ତ ପରିବେଶ ନାହିଁ ବୋଲି ପୂର୍ବରୁ ଚୀନ୍ ପକ୍ଷରୁ କୁହାଯାଇଥିଲା ସିକ୍କିମ୍ ସୀମା ନିକଟ ଡୋକାଲାମରେ ଚୀନ୍‌ ରାସ୍ତା ନିର୍ମାଣକୁ ଭାରତ ବିରୋଧ କରୁଛି। ତେବେ ଏହା ଚୀନ୍‌ ଅ଼ଞ୍ଚଳ ଓ ରାସ୍ତା ନିର୍ମାଣ ଦ୍ୱାରା ଭାରତକୁ କୌଣସି ବିପଦ ନାହିଁ ବୋଲି ଚୀନ୍ ଯୁକ୍ତି କରିଛି। ତେବେ ଏହା ଭୁଟାନର ଅଞ୍ଚଳ ବୋଲି ଭାରତ କହିଛି।

Related story