ବିଧାନସଭା ଆଗରେ ପ୍ରତିବାଦ ସଭା କଲା ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଛଟେଇ ବିରୋଧରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ସରକାରଙ୍କ ଉଦାସୀନତା ପ୍ରତିବାଦରେ ସଂଘ ପକ୍ଷରୁ ଆଜି ଶିକ୍ଷକମାନେ ବିଧାନସଭା ଆଗରେ ପ୍ରତିବାଦ ସଭା  କରିଛନ୍ତି। ଆସନ୍ତାକାଲିଠୁ ଆମରଣ ଅନଶନ  କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସୋମବାର ଶିକ୍ଷକମାନେ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପୂର୍ବରୁ ଥଇଥାନ ନେଇ ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିଲା। ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ […]

b

Rakesh Mallick
  • Published: Tuesday, 15 December 2015
  • , Updated: 15 December 2015, 07:57 AM IST

ଭୁବନେଶ୍ୱର: ଛଟେଇ ବିରୋଧରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ସରକାରଙ୍କ ଉଦାସୀନତା ପ୍ରତିବାଦରେ ସଂଘ ପକ୍ଷରୁ ଆଜି ଶିକ୍ଷକମାନେ ବିଧାନସଭା ଆଗରେ ପ୍ରତିବାଦ ସଭା  କରିଛନ୍ତି। ଆସନ୍ତାକାଲିଠୁ ଆମରଣ ଅନଶନ  କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ସୋମବାର ଶିକ୍ଷକମାନେ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପୂର୍ବରୁ ଥଇଥାନ ନେଇ ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିଲା। ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ନେଇ ନ ଥିବା ସଂଘ ଅଭିଯୋଗ କରିଛି।

Related story