ବିଧାନସଭାର ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର: ଶେଷ ହୋଇଯାଇଛି ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ନିରଞ୍ଜନ ପୂଜାରୀ ଶନିବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଆଜି ଶେଷ ଦିନରେ ବିରୋଧୀଙ୍କ ଅନୁପସ୍ଥିତିରେ ଦୁଇଟି ବିଲ୍- ଓଡ଼ିଶା ଶିକ୍ଷା ସଂଶୋଧନ ବିଲ୍-୨୦୧୫ ଓ ଓଡ଼ିଶା ଭୂତଳ ପାଇପଲାଇନ୍, କେବୁଲ ଓ ନାଳି ବିଲ୍ ପାସ୍ ହୋଇଛି। ପ୍ରକାଶ ମିଶ୍ର ପ୍ରସଙ୍ଗରେ ହଙ୍ଗାମା ଓ ମୁଲତବି ମୁଲତବିରୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନ ଗୃହରେ ବିରୋଧୀଙ୍କ ଅନୁପସ୍ଥିତିରେ ଶେଷ ହୋଇଛି। […]

assembly

assembly

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 04:19 PM IST

Sports

Latest News

[caption id="attachment_27854" align="alignleft" width="300"]assembly1 ବିଧାନସଭାରେ ଖାଲି ପଡ଼ିଛି ବିରୋଧୀଙ୍କ ଆସନ[/caption]

ଭୁବନେଶ୍ୱର: ଶେଷ ହୋଇଯାଇଛି ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ନିରଞ୍ଜନ ପୂଜାରୀ ଶନିବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଆଜି ଶେଷ ଦିନରେ ବିରୋଧୀଙ୍କ ଅନୁପସ୍ଥିତିରେ ଦୁଇଟି ବିଲ୍- ଓଡ଼ିଶା ଶିକ୍ଷା ସଂଶୋଧନ ବିଲ୍-୨୦୧୫ ଓ ଓଡ଼ିଶା ଭୂତଳ ପାଇପଲାଇନ୍, କେବୁଲ ଓ ନାଳି ବିଲ୍ ପାସ୍ ହୋଇଛି।

ପ୍ରକାଶ ମିଶ୍ର ପ୍ରସଙ୍ଗରେ ହଙ୍ଗାମା ଓ ମୁଲତବି ମୁଲତବିରୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନ ଗୃହରେ ବିରୋଧୀଙ୍କ ଅନୁପସ୍ଥିତିରେ ଶେଷ ହୋଇଛି।  ୧୧ଟି କାର୍ଯ୍ୟ ଦିବସରେ ଶେଷ ହୋଇଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନର ପ୍ରାରମ୍ଭରୁ ହିଁ ମୁହାଁମୁହିଁ ହୋଇଥିଲେ ସରକାର ଓ ବିରୋଧୀ। ପ୍ରଥମ ଦିନଟି ଦିବଂଗତ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା। ତେବେ ଦ୍ୱିତୀୟ ଦିନ ଠାରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ଗୃହ ଚାଲି ପାରି ନଥିଲା। ଦ୍ୱିତୀୟ ଦିନରେ ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ମୁଲତବି ଆଲୋଚନା ପାଇଁ। ସରକାର ଏହାକୁ ଗ୍ରହଣ କରି ନେଇଥିଲେ ଓ ଆଇନ ମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିବେ ବୋଲି କହିଥିଲେ। ତେବେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଠାଇଲେ ପ୍ରକାଶ ମିଶ୍ର ପ୍ରସଙ୍ଗ। ପ୍ରଶ୍ନକାଳ ବନ୍ଦ କରି ପ୍ରକାଶ ମିଶ୍ରଙ୍କ ଉପରେ ମୁଲତବି ଆଲୋଚନା କରିବାକୁ ସେ ଅଡ଼ି ବସିଥିଲେ। ଆଉ ପ୍ରସଙ୍ଗର ଗୁରୁତ୍ୱକୁ ଦେଖି ବିଜେପି ବି ବିରୋଧୀ ଦଳ ନେତାଙ୍କ ଦାବିକୁ ସମର୍ଥନ ଜଣାଇଥିଲା। ଆଉ ସେଇଠୁ ଆରମ୍ଭ ହୋଇଯାଇଥିଲା ହଙ୍ଗାମା। ଚାରି  ଦିନ ଧରି ସରକାରୀ ଦଳ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଚାଲିଥିଲା ବ୍ୟାନର ଓ ପୋଷ୍ଟର ଯୁଦ୍ଧ। ଗୃହ ନଚାଲିପାରିବା ଦେଖି ଅଗଷ୍ଟ ୨୨ ତାରିଖରେ ଅର୍ଥାତ ଅଧିବେଶନର ୫ମ ଦିନରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଥିଲେ ଓ ଏଥରେ ସମସ୍ତେ ରାଜି ହୋଇଥିଲେ ଗୃହକୁ ସ୍ୱାଭାବିକ କରିବା ପାଇଁ। ଆଶା କରାଯାଉ ଥିଲା ଅଗଷ୍ଟ ୨୪ ତାରିଖରୁ ଅର୍ଥାତ ଅଧିବେଶନର ଷଷ୍ଠ ଦିନରୁ ଗୃହ ସ୍ୱାଭାବିକ ହେବ। କିନ୍ତୁ ପ୍ରଥମ କେଇ ଘଣ୍ଟା ପୁଣି ଥରେ ଗୃହ ମୁଲତବି ହୋଇଥିଲା ପ୍ରକାଶ ମିଶ୍ର ପ୍ରସଙ୍ଗକୁ ନେଇ। ଅବଶ୍ୟ ପରେ ଗୃହରେ ସାରଥି ପ୍ରସଙ୍ଗରେ ମୁଲତବି ଆଲୋଚନା ହୋଇଥିଲା। ୨୫ ତାରିଖରେ ରାଜ୍ୟର ଆଇନ ଶୃଙ୍ଖଳା ଓ ୨୬ ତାରିଖରେ ବ୍ରହ୍ମ ବିଭ୍ରାଟ ସଂପର୍କରେ ଆଲୋଚନା ହୋଇଥିଲା। ଏହି ଦୁଇ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେ। ତେବେ ସରକାର କହିଥିଲେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଓ ବ୍ରହ୍ମ ସଂସ୍ଥାପନରେ ‘ବିଳମ୍ବ’ ହୋଇଥିଲା, କିନ୍ତୁ ‘ବିଭ୍ରାଟ’ ହୋଇ ନ ଥିଲା। କିନ୍ତୁ ପୁଣି ସମସ୍ୟା ଦେଖାଗଲା ୨୭ ତାରିଖରୁ। ଜମି ହଡ଼ପ ନିବାରଣ ବିଲରେ ସଂଶୋଧନ ଚାହୁଁଥିଲେ ବିରୋଧୀ। ବିଲର ପ୍ରତିଟି କ୍ଲଜ୍ ଉପରେ ଆଲୋଚନା ଚାହୁଁଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। କିନ୍ତୁ ସରକାର ଏଥିରେ ରାଜି ହେଲେ ନାହିଁ। ଏକମାତ୍ର ସଂଶୋଧନ କରି ବିଲ୍ ପାସ୍ କରାଇବାକୁ ଚାହିଁଲେ ଓ ଆଲୋଚନା ଜାରି ରଖିଲେ। ଏହାକୁ ନେଇ ବେଶ୍ ହଙ୍ଗାମା ଚାଲିଲା। ପରେ ବିରୋଧୀ ଦଳ ନେତା ଘୋଷଣା କଲେ ଯେ ତାଙ୍କ ଦଳ ଗୃହ ବୟକଟ କଲା। ଅଧିବେଶନର ଶେଷ ଦୁଇ ଦିନ ଆଉ ତାଙ୍କ ଦଳ (କଂଗ୍ରେସ) ଗୃହକୁ ଆସିବ ନାହିଁ। ବିଜେପି ମଧ୍ୟ ସେଦିନ ଗୃହ ବୟକଟ କରିଥିଲା। ତେବେ ବିରୋଧୀଙ୍କ ଅନୁପସ୍ଥିତି ସତ୍ତ୍ୱେ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ – ଜମି ହଡ଼ପ ନିବାରଣ ବିଲ୍ ଓ ଓଡ଼ିଶା ପୋଲିସ୍ ବିଲ୍ -୨୦୧୫ ସେହି ଦିନ ଗୃହରେ ପାରିତ ହୋଇ ଯାଇଥିଲା। ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍  ଓ ପୌର ଆଇନ ସଂଶୋଧନ ବିଲ୍ ମଧ୍ୟ ସେହି ଦିନ ପାରିତ ହୋଇଥିଲା। ୨୮ ତାରିଖରେ କଂଗ୍ରେସ ଗୃହକୁ ଆସି ନଥିବା ବେଳେ ବିଜେପି ମଧ୍ୟ ଗୃହ ବର୍ଜନ କରିଥିଲା। ଦଳୀୟ ବିଧାୟକମାନେ ବିଧାନସଭା ସମ୍ମୁଖରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଅନ୍ୟପଟେ କଂଗ୍ରେସ ବିଧାୟକମାନେ ରାଜ୍ୟପାଲଙ୍କଠାରେ ଫେରାଦ ହୋଇଥିଲେ। ୨୯ରେ ବି ସେହି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଅର୍ଥାତ ଦୁଇ ଦିନ ସଂପୂର୍ଣ୍ଣ ଭାବ ବିରୋଧୀଙ୍କ ବିନା ଗୃହ ଚାଲିଥିଲା। ବିରୋଧୀଙ୍କ କଣ୍ଠରୋଧ କରାଯାଇଥିବା ନେଇ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଅଭିଯୋଗ କରିଥିଲେ।

ଏହି ୧୧ ଦିନିଆ ଅଧିବେଶନରେ ବିରୋଧୀଙ୍କ ଅନୁପସ୍ଥିତିରେ ସରକାର ୯ଟି ବିଲ୍ ପାରିତ କରାଇଛନ୍ତି। ସେହିପରି ୪ଟି କମିଶନଙ୍କ ରିପୋର୍ଟ ମଧ୍ୟ ଉପସ୍ଥାପିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story