ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ରାଧେ ମା’ ଆକ୍ଷେପ ପ୍ରତିବାଦରେ ବାଚସ୍ପତିଙ୍କୁ ଭେଟିଲେ ବିଜେପି ସଦସ୍ୟ

ଭୁବନେଶ୍ୱର: ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ରାଧେ ମା’ କହି ଆକ୍ଷେପ କରାଯିବାକୁ ନେଇ ବାଚସ୍ପତିଙ୍କୁ ଭେଟି ଅଭିଯୋଗ କରିଛନ୍ତି ବିଜେପି ସଦସ୍ୟ । ରାଧାରାଣୀଙ୍କୁ ଶାସକ ବିଜେଡି ବିଧାୟକ ରାଧେ ମା’ କହି ଆକ୍ଷେପ କରିଥିଲେ । ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ରାଧାରାଣୀ ପଣ୍ଡା ଓ ଅନ୍ୟ ସଦସ୍ୟମାନେ ବାଚସ୍ପତିଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ବିଧାୟିକା ପଣ୍ଡା ଅଭିଯୋଗ କରିଛନ୍ତି ଯେ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ […]

radhe

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 12:40 PM IST

ଭୁବନେଶ୍ୱର: ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ରାଧେ ମା’ କହି ଆକ୍ଷେପ କରାଯିବାକୁ ନେଇ ବାଚସ୍ପତିଙ୍କୁ ଭେଟି ଅଭିଯୋଗ କରିଛନ୍ତି ବିଜେପି ସଦସ୍ୟ । ରାଧାରାଣୀଙ୍କୁ ଶାସକ ବିଜେଡି ବିଧାୟକ ରାଧେ ମା’ କହି ଆକ୍ଷେପ କରିଥିଲେ । ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ରାଧାରାଣୀ ପଣ୍ଡା ଓ ଅନ୍ୟ ସଦସ୍ୟମାନେ ବାଚସ୍ପତିଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ବିଧାୟିକା ପଣ୍ଡା ଅଭିଯୋଗ କରିଛନ୍ତି ଯେ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଦେବାଶିଷ ସାମନ୍ତର୍ରା ତାଙ୍କୁ ବିଦ୍ରୁପ କରିଛନ୍ତି । ଶାସକ ଦଳର ବିଧାୟକଙ୍କ ଏଭଳି ଆକ୍ଷେପ ତାଙ୍କୁ ମାନଶିକ ଆଘାତ ଦେଇଥିବା ରାଧାରାଣୀ କହିଥିଲେ। ଏ ନେଇ ବିଜେଡି ମୁଖପାତ୍ର ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରତିକ୍ରିୟା ପ୍ରକାଶ କରି ବ୍ୟକ୍ତିଗତ ଆରୋପକୁ ବିରୋଧ କରିଛନ୍ତି ।

ଏହା ପୂର୍ବରୁ ବିଜେପି ସଦସ୍ୟମାନେ ଆଜି ଗୃହ ବର୍ଜନ କରିଥିଲେ । ଆସନ୍ତାକାଲି ମୌସୁମୀ ଅଧିବେଶନ ସରୁଛି । ଏପରି ସ୍ଥିତିରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଗୃହରେ ବିରୋଧୀଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ରର ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗ ନେଇ ବିଜେପି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

Related story