ବିଧାନସଭା ଶୀତ ଅଧିବେଶନ:  ଆଜି ଧାନକ୍ରୟରେ ଅବ୍ୟବସ୍ଥା ଓ ମଣ୍ଡି ନେଇ ମୁଲତବି ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ପ୍ରସଙ୍ଗ ବିଧାନସଭାରେ ପ୍ରଶମିତ ହେବା ପରେ ପୁଣି ଥରେ ଗୃହ ସ୍ୱାଭାବିକ ଭାବେ ଚାଲିବା ସମ୍ଭାବନା ରହିଛି। ଧାନକ୍ରୟରେ ଅବ୍ୟବସ୍ଥା ଓ ମଣ୍ଡି ଠିକ୍ ସେ ଖୋଲାଯାଇ ନ ଥିବା ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ମୁଲତବି ପ୍ରସ୍ତାବ ଆଣିପାରନ୍ତି। ପୂର୍ବରୁ ଏ ସମ୍ପର୍କରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ରମାଦେବୀ ଛାତ୍ରୀ ଅଟକ ପ୍ରସଙ୍ଗରେ ଗୃହରେ ହୋହାଲ୍ଲା ହେବାରୁ ଆଲୋଚନା ହୋଇପାରି ନ ଥିଲା। ତେବେ ଆଜି ଏ […]

assembly

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 02:56 AM IST

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ପ୍ରସଙ୍ଗ ବିଧାନସଭାରେ ପ୍ରଶମିତ ହେବା ପରେ ପୁଣି ଥରେ ଗୃହ ସ୍ୱାଭାବିକ ଭାବେ ଚାଲିବା ସମ୍ଭାବନା ରହିଛି। ଧାନକ୍ରୟରେ ଅବ୍ୟବସ୍ଥା ଓ ମଣ୍ଡି ଠିକ୍ ସେ ଖୋଲାଯାଇ ନ ଥିବା ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ମୁଲତବି ପ୍ରସ୍ତାବ ଆଣିପାରନ୍ତି।

ପୂର୍ବରୁ ଏ ସମ୍ପର୍କରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ରମାଦେବୀ ଛାତ୍ରୀ ଅଟକ ପ୍ରସଙ୍ଗରେ ଗୃହରେ ହୋହାଲ୍ଲା ହେବାରୁ ଆଲୋଚନା ହୋଇପାରି ନ ଥିଲା। ତେବେ ଆଜି ଏ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ଅଧିକ ରହିଛି। ତା’ ସହିତ ବିରୋଧୀ ଦଳ ମରୁଡ଼ି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଚାହୁଁଥିବାରୁ ଖୁବଶୀଘ୍ର ମରୁଡ଼ି ପ୍ରସଙ୍ଗରେ ମଧ୍ୟ ମୁତଲବି ପ୍ରସ୍ତାବ ବିରୋଧୀ ଦଳ ଆଣିପାରନ୍ତି।

Related story