ବର୍ଷିଲେ ବିଜୟ: କହିଲେ- ବିଜେପିରେ ବଢୁଛି ଅଲୋଡ଼ାଙ୍କ ସଂଖ୍ୟା, ବିଜେପୁର ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ଚିତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡ଼ି ପରି ଏବେ ରାଜ୍ୟ ବିଜେପିରେ ବି ଅସନ୍ତୁଷ୍ଟଙ୍କ ଅସନ୍ତୋଷ ପଦାକୁ ଆସିଲାଣି। ଦଳର ସ୍ଥିତି ସୁଧୁରୁଥିବାରୁ ଓ କେନ୍ଦ୍ରରେ ଏ ଦଳ କ୍ଷମତାରେ ଥିବାରୁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ବିଭିନ୍ନ ଦଳରୁ ଛୋଟବଡ଼ ନେତା ମଧ୍ୟ ବିଜେପିରେ ମିଶିବାରେ ଲାଗିଛନ୍ତି। ଏପରି ସ୍ଥିତିରେ ଏପଟେ ପୁରୁଣା ନେତା ସେମାନଙ୍କ ଅସନ୍ତୋଷ ଖୋଲାଖୋଲି ବ୍ୟକ୍ତ କରୁଛନ୍ତି। ଏଥିରେ ସାମିଲ୍ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ବିଜେପିର ବରିଷ୍ଠ ନେତା […]

bijaya

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 07:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡ଼ି ପରି ଏବେ ରାଜ୍ୟ ବିଜେପିରେ ବି ଅସନ୍ତୁଷ୍ଟଙ୍କ ଅସନ୍ତୋଷ ପଦାକୁ ଆସିଲାଣି। ଦଳର ସ୍ଥିତି ସୁଧୁରୁଥିବାରୁ ଓ କେନ୍ଦ୍ରରେ ଏ ଦଳ କ୍ଷମତାରେ ଥିବାରୁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ବିଭିନ୍ନ ଦଳରୁ ଛୋଟବଡ଼ ନେତା ମଧ୍ୟ ବିଜେପିରେ ମିଶିବାରେ ଲାଗିଛନ୍ତି। ଏପରି ସ୍ଥିତିରେ ଏପଟେ ପୁରୁଣା ନେତା ସେମାନଙ୍କ ଅସନ୍ତୋଷ ଖୋଲାଖୋଲି ବ୍ୟକ୍ତ କରୁଛନ୍ତି। ଏଥିରେ ସାମିଲ୍ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ନିଜ ଦଳ ଉପରେ ବର୍ଷିଛନ୍ତି। ସେ କହିଛନ୍ତି-“ଦଳରେ ଅଲୋଡ଼ାଙ୍କ ସଂଖ୍ୟା ବହୁତ। ପୁରୁଣା ନେତାଙ୍କ ମନରେ ଆଶଙ୍କା ଓ ସନ୍ଦେହ ବଢ଼ି ଚାଲିଛି। ଭବିଷ୍ୟତ ନେଇ ସେମାନେ ଅନିଶ୍ଚିତ ଭିତରେ ରହିଛନ୍ତି। ବିଜେପୁର ଉପନିର୍ବାଚନ ପରେ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବ। ଯାଜପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ସମୀକ୍ଷା ହେଉ।”

କେନ୍ଦ୍ରମନ୍ତ୍ରୀ ଦେଉଥିବା ବୟାନକୁ ନେଇ ବିଜୟ କହିଛନ୍ତି- “କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାର ବାସ୍ତବ ଚିତ୍ର ଓ ସ୍ଥିତି ଜାଣିବା ଆବଶ୍ୟକ।  ତାହେଲେ ଯାଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସହଜ ହେବ। ନଜାଣି ପାରିଲେ କଷ୍ଟସାଧ୍ୟ ହେବ।”

ଦାମୋଦର ରାଉତଙ୍କ ମେଣ୍ଟ ସଂପର୍କିତ ମନ୍ତବ୍ୟ ଉପରେ ମଧ୍ୟ ବିଜୟ ନିଜର ମତ ରଖିଛନ୍ତି। କହିଛନ୍ତି- “ବର୍ତ୍ତମାନ ସ୍ଥିତିରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ସମ୍ଭବ ନୁହେଁ। ସେମାନେ ପ୍ରଥମେ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ।”

Related story