ବିଜୁବାବୁ ବିରାଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ: ଆନସାରି

ନୂଆଦିଲ୍ଲୀ: ବିଜୁବାବୁ ବିରାଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଉତ୍ତମ କାମ ପାଇଁ ସୀମା ସରହଦ୍‌ ଡେଇଁବାକୁ ପଛାଇ ନ ଥିଲେ। ୩ଟି ରାଷ୍ଟ୍ରର ସ୍ୱାଧୀନତା ସଂଗ୍ରାମରେ ସେ ସାମିଲ ହୋଇ ରାଷ୍ଟ୍ରୀୟ ସମ୍ମାନ ଲାଭ କରିଥିଲେ। ସେଥିପାଇଁ ତାଙ୍କ ମରଶରୀରରେ ଭାରତ, ଇଣ୍ଡୋନେସିଆ ଓ ୟୁଏସ୍‌ଏସ୍‌ଆର୍‌ ଦେଶର ଜାତୀୟ ପତାକା ଆଚ୍ଛାଦିନ ହୋଇଥିଲା ବୋଲି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀରେ ମୁଖ୍ୟଅତିଥିଭାବେ ଯୋଗଦେଇ ଭାରତର ଉପରାଷ୍ଟ୍ରପତି ହମିଦ୍‌ ଆନସାରି କହିଛନ୍ତି। […]

cm-delhi

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 10:35 PM IST

ନୂଆଦିଲ୍ଲୀ: ବିଜୁବାବୁ ବିରାଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଉତ୍ତମ କାମ ପାଇଁ ସୀମା ସରହଦ୍‌ ଡେଇଁବାକୁ ପଛାଇ ନ ଥିଲେ। ୩ଟି ରାଷ୍ଟ୍ରର ସ୍ୱାଧୀନତା ସଂଗ୍ରାମରେ ସେ ସାମିଲ ହୋଇ ରାଷ୍ଟ୍ରୀୟ ସମ୍ମାନ ଲାଭ କରିଥିଲେ। ସେଥିପାଇଁ ତାଙ୍କ ମରଶରୀରରେ ଭାରତ, ଇଣ୍ଡୋନେସିଆ ଓ ୟୁଏସ୍‌ଏସ୍‌ଆର୍‌ ଦେଶର ଜାତୀୟ ପତାକା ଆଚ୍ଛାଦିନ ହୋଇଥିଲା ବୋଲି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀରେ ମୁଖ୍ୟଅତିଥିଭାବେ ଯୋଗଦେଇ ଭାରତର ଉପରାଷ୍ଟ୍ରପତି ହମିଦ୍‌ ଆନସାରି କହିଛନ୍ତି।

ସେ କହିଥିଲେ,“ବିଜୁବାବୁ ଜଣେ ରାଷ୍ଟ୍ରର ନେତା ନ ଥିଲେ। ଅନେକ ଗୁଣ ଓ କ୍ଷମତାର ଅଧିକାରୀ ଥିଲେ। ଓଡ଼ିଶାକୁ ଜୀବନଠାରୁ ବେଶୀ ଭଲ ପାଉଥିଲେ। ଦୁଃସାହସିକ କାର୍ଯ୍ୟ ପାଇଁ ସବୁବେଳେ ଆଗଭର ହେଉଥିଲେ। ରାମ ମନୋହର ଲୋହିଆ, ଜୟପ୍ରକାଶ ନାରାୟଣ, ଅରୁଣ ଆସଫ ଅଲ୍ଲି ତାଙ୍କର ଆଦର୍ଶ ଥିଲେ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ବିଜୁବାବୁଙ୍କୁ ବହୁ ପସନ୍ଦ କରୁଥିଲେ।”

ଦିଲ୍ଲୀ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ କମିଟି ଓ ଓଡ଼ିଶା ଆସୋସିଏସନ୍‌ର ମିଳିତ ସହଯୋଗରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଥିଲେ,“ପାଇଲଟ୍‌ ଭାବେ କ୍ୟାରିଅର ଆରମ୍ଭ କରିଥିବା ବିଜୁ ବାବୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ତା’ପରେ ଓଡ଼ିଶାବାସୀଙ୍କ ସେବାରେ ଲାଗି ପଡ଼ିଥିଲେ। ଓଡ଼ିଶାକୁ ବିକଶିତ କରି ଗଢ଼ି ତୋଳିବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା। ଆଜି ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଯେତିକି ଆଗେଇଛି ଏହା ତାଙ୍କ ଅବଦାନ ଯୋଗୁଁ ସମ୍ଭବ ହୋଇଛି। ଏହାଛଡ଼ା ବିଶ୍ୱସ୍ତରୀୟ ଇନ୍‌ଷ୍ଟିଚ୍ୟୁସନ୍‌ ପ୍ରତିଷ୍ଠାରେ ତାଙ୍କ ଅବଦାନ ଅତୁଳନୀୟ। ମଜୁରି ବୃଦ୍ଧି, ମହିଳା ସଶକ୍ତିକରଣ ଓ ପଞ୍ଚାୟତିରାଜରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା ତାଙ୍କ ସମୟରେ ହୋଇଥିଲା।”

ସମ୍ମାନିତ ଅତିଥିଭାବେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ପଟ୍ଟନାୟକ ଯୋଗଦେଇଥିଲେ।

ଉତ୍ସବରେ ବିଜେଡିର ସମସ୍ତ ସାଂସଦ, ବିଧାୟକ ଓ ଦିଲ୍ଲୀରେ ବସବାସ କରୁଥିବା ବହୁ ପ୍ରବାସୀ ଓଡ଼ିଆ ଯୋଗଦେଇଥିଲେ।

Related story