ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାନସିକ ବିକୃତ ବ୍ୟକ୍ତିଙ୍କୁ ପିଟିଲେ ଲୋକେ

ବଲାଙ୍ଗିର: ଲୋକମାନଙ୍କ ମଣିଷ ପଣିଆ ହଜି ଯାଇଛି । ମାନସିକ ବିକୃତ ବ୍ୟକ୍ତିଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଛନ୍ତି ଲୋକେ। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିକ୍ରାପଡ଼ାରେ। ଲୋକମାନେ ମାନସିକ ବିକୃତ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥିଲେ। ପ୍ରାୟ ଘଣ୍ଟାଏ କାଳ ଗାଳି ଦେବା ସହ ପିଟିଥିଲେ। ପରେ ପୋଲିସ୍‌ ଯାଇ ତାଙ୍କୁ ଉଦ୍ଧାର କରିଥିଲା। ମାନସିକ ବିକୃତ ବ୍ୟକ୍ତି ଜଣକର ନାମ ବିକ୍ରମ ବ୍ୟାସ।  ବିକ୍ରମଙ୍କ ପରିବାର ଲୋକ ପାଟଣାଗଡ଼ରେ ରୁହନ୍ତି। […]

bo

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 11:13 PM IST

ବଲାଙ୍ଗିର: ଲୋକମାନଙ୍କ ମଣିଷ ପଣିଆ ହଜି ଯାଇଛି । ମାନସିକ ବିକୃତ ବ୍ୟକ୍ତିଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଛନ୍ତି ଲୋକେ। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିକ୍ରାପଡ଼ାରେ। ଲୋକମାନେ ମାନସିକ ବିକୃତ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥିଲେ। ପ୍ରାୟ ଘଣ୍ଟାଏ କାଳ ଗାଳି ଦେବା ସହ ପିଟିଥିଲେ। ପରେ ପୋଲିସ୍‌ ଯାଇ ତାଙ୍କୁ ଉଦ୍ଧାର କରିଥିଲା। ମାନସିକ ବିକୃତ ବ୍ୟକ୍ତି ଜଣକର ନାମ ବିକ୍ରମ ବ୍ୟାସ।  ବିକ୍ରମଙ୍କ ପରିବାର ଲୋକ ପାଟଣାଗଡ଼ରେ ରୁହନ୍ତି। କିଛି ବର୍ଷ ହେବ ବିକ୍ରମଙ୍କ ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି।  କେଉଁ କାରଣ ପାଇଁ ବିକ୍ରମଙ୍କୁ ଲୋକମାନେ ହାତଗୋଡ଼ ବାନ୍ଧି ନିର୍ଯାତନା ଦେଇଥିଲେ ସେ ନେଇ  କିଛି ଜଣାପଡ଼ି ନାହିଁ। ଘଟଣା ସମ୍ପର୍କରେ ବଲାଙ୍ଗିର ଜିଲ୍ଲାପାଳ ସ୍ଥାନୀୟ ପୋଲିସକୁ ରିପୋର୍ଟ ମାଗିଛନ୍ତି।

 

Related story