ବିଜେପି ରାଜ୍ୟ ପଦାଧିକାରୀଙ୍କ ବୈଠକ: ବିଜେଡିର ସୋହେଲାରେ ଚାଷୀ ସମାବେଶକୁ ନିନ୍ଦା

ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ସ୍ଥିତି ନେଇ ଚିଠା ପ୍ରସ୍ତାବ ଆଗତ ହୋଇଛି। ଏଥିରେ ଆସନ୍ତା ୧୯ତାରିଖରେ ବରଗଡ଼ ସୋହେଲାରେ ହେବାକୁ ଥିବା ବିଜେଡିର ଚାଷୀ ସମାବେଶକୁ ନିନ୍ଦା କରାଯାଇଛି। ଏହା ଚାଷୀ ସମାବେଶ ନୁହେଁ କର୍ମୀ ସମାବେଶ ବୋଲି ଦଳ ପକ୍ଷରୁ କୁହାଯାଇଛି। ସମାବେଶ ପାଇଁ ବିଜେଡି ପ୍ରାୟ ୫କୋଟି ଟଙ୍କ। ଖର୍ଚ୍ଚ କରୁଛି। ଏହି ଟଙ୍କ। ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଦିଆଗଲେ ପ୍ରତି ପରିବାର ୫ ଲକ୍ଷରୁ […]

bjp-5

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 02:55 PM IST

ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ସ୍ଥିତି ନେଇ ଚିଠା ପ୍ରସ୍ତାବ ଆଗତ ହୋଇଛି। ଏଥିରେ ଆସନ୍ତା ୧୯ତାରିଖରେ ବରଗଡ଼ ସୋହେଲାରେ ହେବାକୁ ଥିବା ବିଜେଡିର ଚାଷୀ ସମାବେଶକୁ ନିନ୍ଦା କରାଯାଇଛି। ଏହା ଚାଷୀ ସମାବେଶ ନୁହେଁ କର୍ମୀ ସମାବେଶ ବୋଲି ଦଳ ପକ୍ଷରୁ କୁହାଯାଇଛି। ସମାବେଶ ପାଇଁ ବିଜେଡି ପ୍ରାୟ ୫କୋଟି ଟଙ୍କ। ଖର୍ଚ୍ଚ କରୁଛି। ଏହି ଟଙ୍କ। ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଦିଆଗଲେ ପ୍ରତି ପରିବାର ୫ ଲକ୍ଷରୁ ଅଧିକ ଟଙ୍କାର ସହାୟତା ପାଇପାରିବେ ବୋଲି କୁହାଯାଇଛି। ବରଗଡରେ ଚାଷୀ ଆତ୍ମହତ୍ୟା କରିଥିବାରୁ ବିଜେଡି ଚାଷୀଙ୍କ ଶବ ଉପରେ ସମାବେଶ କରିବାକୁ ଯାଉଛି ବୋଲି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ଏଥିସହ ମରୁଡ଼ି ସ୍ଥିତି ଓ ଚାଷୀ ଆତ୍ମହତ୍ୟା ନେଇ ରାଜ୍ୟ ସରକାର କେନ୍ଦ୍ର ପାଖରେ ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ରଖିନାହାନ୍ତି ବୋଲି ଚିଠା ପ୍ରସ୍ତାବରେ କୁହାଯାଇଛି। ଆଜିର ବୈଠକରେ ଦଳର ସାଂଗଠନିକ ନିର୍ବାଚନ ଡିସେମ୍ୱର ୧୬ସୁଦ୍ଧା ସାରିବା ନେଇ ମଧ୍ୟ ଆଲୋଚନା ହେବ। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଛନ୍ତି।

ବିଜେଡି ମୁଖପାତ୍ର କହିଛନ୍ତି ସୋହେଲାରେ ଚାଷୀ ଆତ୍ମହତ୍ୟା ପରେ ବି ଲୋକଙ୍କୁ ସାମନା କରିବାର ସତସାହସ ଅଛି ବୋଲି ଦଳ ସେଠାରେ ଚାଷୀ ସମାବେଶ କରୁଛି। ସରକାର ଚାଷୀଙ୍କ ପାଇଁ କ’ଣ କରିଛନ୍ତି ତାହା ଜଣାଇବାକୁ ଏହି ସମାବେଶ କରାଯାଉଛି। ୧୦୦୦ କୋଟି ଟଙ୍କା ଘୋଷଣା କରାଯାଇଛି। ଏହାସହ ପ୍ରଶାସନକୁ ଚାଷୀଙ୍କ ସମସ୍ୟା ଉପରେ ନଜର ରଖିବାକୁ କୁହାଯାଇଛି। ଦଳୀୟ କର୍ମୀଙ୍କୁ ଚାଷୀଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା କିପରି ସମାଧାନ ହୋଇପାରିବ ବୁଝିବାକୁ କୁହାଯାଇଛି। ବିରୋଧୀ ଦଳ ଏହି ସମାବେଶକୁ ନକାରାତ୍ମକ ଭାବେ ନ ନେଇ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତୁ ବୋଲି ସେ କହିଛନ୍ତି।

Related story