ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ୨୦ ଗାଁ ଜଳବନ୍ଦୀ

ବାଲେଶ୍ୱର: ଫୁଲୁଛି ସୁବର୍ଣ୍ଣରେଖା। ବଢ଼ିବାରେ ଲାଗିଛି ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଝାଡ଼ଖଣ୍ଡ ପାଲୁଡ଼ିହି ବ୍ୟାରେଜ୍‌ରୁ ପାଣି ଛଡ଼ାଯାଇଛି। ରାଜଘାଟଠାରେ ଜଳସ୍ତର ବିପଦ ସଙ୍କେତ ୧୦.୩୬ ମିଟର ଉପରେ ପ୍ରବାହିତ ହେଉଛି। ବନ୍ୟା ପାଣି ପହଞ୍ଚିଲେ ଜଳସ୍ତର ୧୨.୨ ମିଟରକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବିଭିନ୍ନ ଗାଁରେ ପଶିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳର ୫ଟି ପଞ୍ଚାୟତର ପ୍ରାୟ ୨୦ ଗାଁର ଲୋକେ ଜଳବନ୍ଦୀ ଭାବେ ଥିବା ଜଣାପଡିଛି। ଏହାଦ୍ୱାରା […]

baleswar

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 03:08 PM IST

ବାଲେଶ୍ୱର: ଫୁଲୁଛି ସୁବର୍ଣ୍ଣରେଖା। ବଢ଼ିବାରେ ଲାଗିଛି ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଝାଡ଼ଖଣ୍ଡ ପାଲୁଡ଼ିହି ବ୍ୟାରେଜ୍‌ରୁ ପାଣି ଛଡ଼ାଯାଇଛି। ରାଜଘାଟଠାରେ ଜଳସ୍ତର ବିପଦ ସଙ୍କେତ ୧୦.୩୬ ମିଟର ଉପରେ ପ୍ରବାହିତ ହେଉଛି। ବନ୍ୟା ପାଣି ପହଞ୍ଚିଲେ ଜଳସ୍ତର ୧୨.୨ ମିଟରକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବିଭିନ୍ନ ଗାଁରେ ପଶିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳର ୫ଟି ପଞ୍ଚାୟତର ପ୍ରାୟ ୨୦ ଗାଁର ଲୋକେ ଜଳବନ୍ଦୀ ଭାବେ ଥିବା ଜଣାପଡିଛି।

ଏହାଦ୍ୱାରା ମୟୂରଭଞ୍ଜ, ରାସଗୋବିନ୍ଦପୁର ବ୍ଲକ୍‌ ସମେତ ବାଲେଶ୍ୱର, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକର କିଛି ଅଂଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ଏସବୁ ଅଞ୍ଚଳରେ ୨୫୦ରୁ ଅଧିକ ଗାଁର ପ୍ରାୟ ୪ ଲକ୍ଷ ଲୋକ ପ୍ରଭାବିତ ହେବା ଆଶଙ୍କ ସୃଷ୍ଟି ହୋଇଛି।

ଗତକାଲି ବାଲେଶ୍ୱର ଜିଲ୍ଲାପାଳ ଜରୁରୀ ବୈଠକ ଡାକି ସତର୍କ ରହିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

“ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱରରେ ଓଡ୍ରାଫ୍‌ ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ କରାଯାଇଛି। ବସ୍ତା ଓ ବାଲିଆପାଳକୁ ମଧ୍ୟ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି। ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ, ମୋଟର ବୋଟ୍‌ ରଖାଯାଇଛି। ବନ୍ୟା ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ ଅଛି” ବୋଲି ଏସ୍‌ଆରସି କହିଛନ୍ତି।

Related story