ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ, ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ଯୋଗୁଁ ବାଚସ୍ପତି ନିରଞ୍ଜନ ପୂଜାରୀ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନକୁ ଆସନ୍ତାକାଲି ପୂର୍ବାହ୍ନ ସାଢେ ୧୦ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଛନ୍ତି। ତେବେ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ୨୦୧୫-୧୬ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ଚାଷୀ ମୃତ୍ୟୁ ନେଇ ଆଲୋଚନା କରାଯିବାକୁ ଅନୁମତି ନ ମିଳିବାରୁ ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କରି ଚାଲି ଯାଇଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଥିଲେ। […]

assembly

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 02:31 PM IST

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ଯୋଗୁଁ ବାଚସ୍ପତି ନିରଞ୍ଜନ ପୂଜାରୀ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନକୁ ଆସନ୍ତାକାଲି ପୂର୍ବାହ୍ନ ସାଢେ ୧୦ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଛନ୍ତି। ତେବେ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ୨୦୧୫-୧୬ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ଚାଷୀ ମୃତ୍ୟୁ ନେଇ ଆଲୋଚନା କରାଯିବାକୁ ଅନୁମତି ନ ମିଳିବାରୁ ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କରି ଚାଲି ଯାଇଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଥିଲେ।

ମଙ୍ଗଳବାର ବିଧାନସଭାର ଶୀତ ଅଧିବେଶନ ପରମ୍ପରା ଅନୁଯାୟୀ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ଆରମ୍ଭ ହୋଇଥିଲା। ପରେ ଗୃହ ଭିତରେ ୪ଜଣ ଦିବଙ୍ଗତ ସଦସ୍ୟ ଚନ୍ଦ୍ରଶେଖର ପ୍ରଧାନ, ରବୀନ୍ଦ୍ର କୁମାର ଦାସ, ରାଜକିଶୋର ପ୍ରଧାନ ଏବଂ ବିଧୁଭୂଷଣ ପ୍ରହରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶ୍ରଦ୍ଧାଞ୍ଜଳି ପରେ ପ୍ରଶ୍ନକାଳ ଆରମ୍ଭ ହେବାର ଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନକାଳ ବାତିଲ କରି ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରାଯିବାକୁ ଦାବି କରିଥିଲେ। ହେଲେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେବାରୁ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ଗୃହକୁ ଦୁଇଥର ମୁଲତବୀ କରିବାକୁ ପଡିଥିଲା। ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅର୍ଥମନ୍ତ୍ରୀ ଅମାତ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ହେଲେ ଚାଷୀ ମୃତ୍ୟୁ ଓ ମରୁଡି ସମ୍ପର୍କରେ ଆଲୋଚନା କରାଯିବାର ସୁଯୋଗ ଦିଆ ନ ଯିବାରୁ ପ୍ରଥମେ ବିରୋଧୀ କଂଗ୍ରେସ ଓ ପରେ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରି ଚାଲି ଯାଇଥିଲେ।

ପ୍ରଶ୍ନକାଳ ବନ୍ଦ କରି ମରୁଡି ଓ ଚାଷୀ ମୃତ୍ୟୁ ଉପରେ ଆଲୋଚନା କରିବାକୁ ବାଚସ୍ପତି ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବା ସହ ଗୃହ ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସେହିପରି ବିରୋଧୀ ବିଜେପି ପକ୍ଷରୁ ଅମର ଲଡୁ ପ୍ରସଙ୍ଗ ଉଠାଯାଇଥିଲା। ଏପରି କି ବିଜେପି ସଦସ୍ୟ ଗୃହରେ ଲଡୁ ବାଣ୍ଟିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମରୁଡି ଓ ଚାଷୀ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ଘଟଣା। ଏହା ଉପରେ ପ୍ରଥମେ ଆଲୋଚନା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲୁ। ହେଲେ ବାଚସ୍ପତି ମହୋଦୟ ଏହାକୁ ଗ୍ରହଣ କଲେ ନାହିଁ। ଏହାର ପ୍ରତିବାଦରେ ଗୃହରେ ମଧ୍ୟଭାଗରେ ଛିଡା ହେବା ସହ କକ୍ଷତ୍ୟାଗ କରିଥିଲୁ। ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ରାଜ୍ୟର ୮୩ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଯଦି କାହାକୁ ତାଙ୍କ ବୃତ୍ତି ଓ ବ୍ୟବସାୟ ବିଷୟରେ ପଚରାଯିବ ତେବେ ସେମାନେ ଚାଷୀ ବୋଲି କହିବେ। ସେମାନେ ୧୧୫ଜଣ ଚାଷୀ ଆତ୍ମହତ୍ୟା ତାଲିକା କେଉଁଠୁ ଆଣିଲେ ତାହା ଆମେ ଜାଣିନାହୁଁ। ଯିଏ ମରିଛନ୍ତି ସମସ୍ତଙ୍କ ପାଇଁ ଶୋକ ପ୍ରସ୍ତାବ ଅଣାଯାଏ ନାହିଁ। ଏହା ଗୃହର ପରମ୍ପରା ନୁହେଁ।

Related story