ବିଜେଡି ନେତାଙ୍କ ଏମଏଲଏ ଲ୍ୟାଡ ଫଣ୍ଡରୁ ସାରଥୀ ବାବାଙ୍କୁ ମିଳିଛି ଅର୍ଥ: ବିଧାୟକ ଦେବେନ୍ଦ୍ର ଶର୍ମା

ଭୁବନେଶ୍ୱର: ସାରଥୀ ବାବାଙ୍କୁ ଏମଏଲଏ ଲ୍ୟାଡ ଫଣ୍ଡରୁ ବିଜେଡି ନେତା ପ୍ରତାପ ଦେବ ୧୫ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଳି ବିଧାୟକ ଦେବେନ୍ଦ୍ର ଶର୍ମା । ବିଧାୟକ ଶର୍ମା ଅଭିଯୋଗ କରିଛନ୍ତି ପ୍ରତାପ ଦେବ ବିଧାୟକ ଥିବା ବେଳେ ୨୦୧୦-୧୧ ଆର୍ଥୀକ ବର୍ଷରେ ଏମଏଲଏ ଲ୍ୟାଡ ଫଣ୍ଡରୁ ୩ ଲକ୍ଷ ଟଙ୍କା ଦେଇଥିଲେ । ସେହିପରି ୨୦୧୨-୧୩ ଆର୍ଥୀକ ବର୍ଷରେ ୮ ଲକ୍ଷ ଓ ୨୦୧୩-୧୪ ଆର୍ଥୀକ ବର୍ଷରେ ୪ ଲକ୍ଷ ଟଙ୍କା […]

baba

Rakesh Mallick
  • Published: Sunday, 09 August 2015
  • , Updated: 10 August 2015, 01:45 AM IST

ଭୁବନେଶ୍ୱର: ସାରଥୀ ବାବାଙ୍କୁ ଏମଏଲଏ ଲ୍ୟାଡ ଫଣ୍ଡରୁ ବିଜେଡି ନେତା ପ୍ରତାପ ଦେବ ୧୫ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଳି ବିଧାୟକ ଦେବେନ୍ଦ୍ର ଶର୍ମା । ବିଧାୟକ ଶର୍ମା ଅଭିଯୋଗ କରିଛନ୍ତି ପ୍ରତାପ ଦେବ ବିଧାୟକ ଥିବା ବେଳେ ୨୦୧୦-୧୧ ଆର୍ଥୀକ ବର୍ଷରେ ଏମଏଲଏ ଲ୍ୟାଡ ଫଣ୍ଡରୁ ୩ ଲକ୍ଷ ଟଙ୍କା ଦେଇଥିଲେ । ସେହିପରି ୨୦୧୨-୧୩ ଆର୍ଥୀକ ବର୍ଷରେ ୮ ଲକ୍ଷ ଓ ୨୦୧୩-୧୪ ଆର୍ଥୀକ ବର୍ଷରେ ୪ ଲକ୍ଷ ଟଙ୍କା ଦେଇଥିଲେ । ଏହାସହ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ ସାରଥୀ ବାବାଙ୍କ ଆଶ୍ରମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ଲେଖିଥିବା ଚିଠିକୁ ନେଇ ମଧ୍ୟ ବିଧାୟକ ଶର୍ମା ଆପତ୍ତି ଉଠାଛନ୍ତି । ଜଣେ ଲୋକ କରିଥିବା ଆଶ୍ରମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ବିଧାୟକ ଅଗ୍ରୱାଲ କାହିଁକି ଓ କ’ଣ ଉଦ୍ଦେଶ୍ୟରେ ରଖି ଚିଠି ଲେଖିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ ବିଧାୟକ ଶର୍ମା ସରକାରଙ୍କୁ ଦାୟୀ କରିଛନ୍ତି ।

ଏହା ଉପରେ ପୂର୍ବତନ ବିଧାୟକ ତଥା ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ଏଥିପାଇଁ ସରକାରଙ୍କୁ ଦାୟୀ କରାଯିବା ଠିକ ନୁହଁ ବୋଲି କହିଛନ୍ତି । ବିଧାୟକ ଥିବା ବେଳେ ସେ ଏମଏଲଏ ଲ୍ୟାଡ ଫଣ୍ଡରୁ ଏହି ଟଙ୍କା ଦେଇଥିଲେ । ଭରତପୁରରେ ହୋଇଥିବା ସାରଥୀ କମ୍ୟୁନିଟ ସେଣ୍ଟର ଲାଗି ସେ ଟଙ୍କା ଦେଇଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗ୍ରାମରେ କମ୍ୟୁନିଟ ସେଣ୍ଟର ପ୍ରତିଷ୍ଠା ଲାଗି ଟଙ୍କା ଦେଇଥିଲେ । ଉକ୍ତ ସେଣ୍ଟରକୁ ସାରଥୀ କମ୍ୟୁନିଟ ସେଣ୍ଟର ନାମ ରଖିବାକୁ ଗ୍ରାମବାସୀ ସ୍ଥିର କରିଥିଲେ ବୋଲି ପୂର୍ବତନ ବିଧାୟକ କହିଛନ୍ତି । ସେହିପରି ବିଧାୟକ ବେଦପ୍ରକାଶ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାବା ସାରଥୀଙ୍କ ଆଶ୍ରମ ଗାନ୍ଧି ପଡିଆ ନିକଟରେ ରହିଛି । ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି । ଏପରି କି ଗୋଟିଏ ଗୋଟିଏ ଦିନରେ ସେଠାରେ ୫୦ ହଜାର ଲୋକ ମଧ୍ୟ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳର ବିକାଶ ପାଇଁ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ କହିଥିଲି । ଏମଏଲଏ ଲ୍ୟାଡ ଫଣ୍ଡରୁ ଟଙ୍କାଟିଏ ଦେଇନାହିଁ ବୋଲି ବିଧାୟକ ଅଗ୍ରୱାଲ  କହିଛନ୍ତି ।

Related story