ବିଜେଡି କ୍ଷମତା ପାଇଁ ପାଗଳ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିର୍ବାଚନୀ ହିଂସା ବ୍ୟାପକ ଭାବରେ ଦେଖାଯାଇଛି। ବିଜେଡି କ୍ଷମତା ପାଇଁ ପାଗଳ ହୋଇଛି।  ଆଜି ଏକ ସମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ସହିଦ ନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ଗାଁରେ ସୁଶାନ୍ତ ନାୟକଙ୍କୁ ଶାସକ ଦଳ ପଟି ପିଟି ହତ୍ୟା କରିଛି। ସୁଶାନ୍ତଙ୍କ ଭାଇ ଏନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏପରି ଯଦି ନିର୍ବାଚନୀ ହିଂସା […]

bjp,,

Rakesh Mallick
  • Published: Saturday, 28 January 2017
  • , Updated: 01 February 2017, 04:19 PM IST

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିର୍ବାଚନୀ ହିଂସା ବ୍ୟାପକ ଭାବରେ ଦେଖାଯାଇଛି। ବିଜେଡି କ୍ଷମତା ପାଇଁ ପାଗଳ ହୋଇଛି।  ଆଜି ଏକ ସମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ସହିଦ ନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ଗାଁରେ ସୁଶାନ୍ତ ନାୟକଙ୍କୁ ଶାସକ ଦଳ ପଟି ପିଟି ହତ୍ୟା କରିଛି। ସୁଶାନ୍ତଙ୍କ ଭାଇ ଏନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏପରି ଯଦି ନିର୍ବାଚନୀ ହିଂସା ହୁଏ ତାହାହେଲେ ପଞ୍ଚାୟତ ନିର୍ବାଚନ ନିରପେକ୍ଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।”

ସମୀର ଆହୁରି କହିଛନ୍ତି,“ନବୀନ ବାବୁଙ୍କ ଶାସନ କାଳରେ ନିର୍ବାଚନୀ ହିସାଂ ବ୍ୟାପିଛି। ଏହା ସାଧାରଣ ଲୋକଙ୍କୁ ବ୍ୟଥିତ କରିଛି।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ଚିଟଫଣ୍ଡ୍ କେଳେଙ୍କାରୀରେ ସମ୍ପୃକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି। ଉତ୍ତମ ମହାନ୍ତିଙ୍କ ବିରୋଧରେ  କ୍ରାଇମବ୍ରାଞ୍ଚ ତଦନ୍ତ ଥିବା ସତ୍ତ୍ୱେ ତାଙ୍କୁ ବିଜେଡି ଦଳରେ ସାମିଲ କରିଛି। ଏଥିରୁ ଜଣାପଡୁଛୁ  ବିଜୁ ଜନତା ଦଳର ଲୋକମାନେ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି।”

ସେ ଆହୁରି କହିଛନ୍ତି,“ଉତ୍ତମ ମହାନ୍ତି ପଛୁଆ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାକୁ ଅଗ୍ରଗତି କରିବା ପାଇଁ କହିଛନ୍ତି। ଏଥିରୁ ଜଣାପଡ଼ୁଛି  ନବୀନ ବାବୁଙ୍କ ୧୭ବର୍ଷ ଶାସନ କାଳରେ ପଛୁଆ ଜିଲ୍ଲାର କୌଣସି ବିକାଶ ହୋଇ ନାହିଁ। କେନ୍ଦ୍ରରୁ ଆସିଥିବା ଅର୍ଥରେ ହଷ୍ଟେଲ ତିଆରି ହୋଇଛି କିନ୍ତୁ ସେଠାରେ  ଭଉଣୀମାନେ ସୁରକ୍ଷିତ ନାହାନ୍ତି।”

ସଜ୍ଜନ ଆହୁରି କହିଛନ୍ତି,“୨୦୧୩ ମସିହାରେ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଜମାକାରୀଙ୍କୁ ଚିଟଫଣ୍ଡ ପଇସା  ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କର୍ପସ ଫଣ୍ଡ ତିଆରି ପାଇଁ କହିଥିଲେ।  ସେ କର୍ପସ ଫଣ୍ଡ କୁଆଡ଼େ ଗଲା କିନ୍ତୁ ମୁଖ୍ୟମନ୍ତ୍ରୀ ଲୁଟେରାଙ୍କ ସହ ହାତ ମିଳାଇଛନ୍ତି। ଓଡ଼ିଶାର ଲୋକ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ଆଶା କରୁଛୁ।”

ଅନ୍ୟପକ୍ଷରେ ବିଜେଡି ଏହାର ପାଲଟା ଜବାବ ଦେଇଛି।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ବିଜୁ ଜନତା ଦଳ ପାଖରେ କ୍ଷମତା ଥିଲା ବେଳେ ବିଜୁ ଜନତା ଦଳ କ୍ଷମତା ପାଇଁ ପାଗଳ ହେବା କଥା ଯେଉଁମାନେ କହୁଛନ୍ତି ସେମାନେ ମନସ୍ଥିର କରି କହୁଛନ୍ତି ତ? ବିଜେଡିକୁ ଲୋକ କ୍ଷମତାରେ ରଖିବାକୁ ପସନ୍ଦ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ୮୫୪ରୁ ମାତ୍ର ୩୪ଟି ସିଟ୍‌ ହାସଲ କରିଥିବା ବିଜେପି ଦଳ କ୍ଷମତା ଦାଖଲ କରିବା ପାଇଁ  ପାଗଳ  ଭଳି ହେଉଛି।  ରାଜନୈତିକ ହିଂସାକୁ ବିଜୁ ଜନତା ଦଳ ପ୍ରଶୟ ଦିଏ ନାହିଁ।”

Related story