ବିଜେଡିର ହିଂସାତ୍ମକ ହରତାଳକୁ ନେଇ ଟ୍ୱିଟ୍‌-ୱାର୍‌, କିଏ କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ହକ୍‌ ପାଇଁ ବିଜେଡି ହରତାଳ କରୁଥିଲା। ମାତ୍ର ଏହି ହରତାଳ ଆଜି ହିଂସାର ରୂପ ନେଇ ଯାଇଥିଲା। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଟ୍ୱିଟ୍‌ ୱାର ଆରମ୍ଭ ହୋଇଛି। ଦଳ ଭିତରୁ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କର୍ମୀଙ୍କ ହିଂସାତ୍ମକ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଏପରିକି କେନ୍ଦ୍ରମନ୍ତ୍ରୀ ମଧ୍ୟ ରାଜ୍ୟ ସରକାରକୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ସିରିଜ୍ ଟ୍ୱିଟ୍ କରି ବୈଜୟନ୍ତ ଲେଖିଛନ୍ତି- “ବିଜେଡି କର୍ମୀଙ୍କ ହିଂସାତ୍ମକ […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 10:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ହକ୍‌ ପାଇଁ ବିଜେଡି ହରତାଳ କରୁଥିଲା। ମାତ୍ର ଏହି ହରତାଳ ଆଜି ହିଂସାର ରୂପ ନେଇ ଯାଇଥିଲା। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଟ୍ୱିଟ୍‌ ୱାର ଆରମ୍ଭ ହୋଇଛି। ଦଳ ଭିତରୁ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କର୍ମୀଙ୍କ ହିଂସାତ୍ମକ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଏପରିକି କେନ୍ଦ୍ରମନ୍ତ୍ରୀ ମଧ୍ୟ ରାଜ୍ୟ ସରକାରକୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି।

ସିରିଜ୍ ଟ୍ୱିଟ୍ କରି ବୈଜୟନ୍ତ ଲେଖିଛନ୍ତି- “ବିଜେଡି କର୍ମୀଙ୍କ ହିଂସାତ୍ମକ ଆଭିମୁଖ୍ୟ ଲଜ୍ଜାଜନକ।  ୨୦ ବର୍ଷ ତଳେ ଯେଉଁ ଦଳକୁ ପ୍ରତିଷ୍ଠା କରିବାରେ ନବୀନ ପଟ୍ଟନାୟକ ସହାୟତା କରିଥିଲେ, ଏହା ସେହି ଦଳ ନୁହେଁ। ବିଜୁବାବୁ ଥିଲେ ଦୁଃଖ ପ୍ରକାଶ କରିଥାନ୍ତେ। ଆର୍ମଚେୟାର ନୀତି ନିର୍ଦ୍ଧାରଣକାରୀ ବିଦା ହେବା ଦରକାର।”

୨୦୧୦ ଓ ବର୍ତ୍ତମାନର ଆନ୍ଦୋଳନରେ ପ୍ରଭେଦ ଦେଖାଇବାକୁ ଯାଇ ଦୁଇଟି ଫଟୋକୁ ମଧ୍ୟ ଟ୍ୱିଟ୍‌ କରିଛନ୍ତି ବୈଜୟନ୍ତ। ଗୋଟିଏ ଫଟୋରେ ୨୦୧୦ର ଶାନ୍ତିପୂର୍ଣ୍ଣ ଧାରଣା ବୋଲି ଅବତାରଣା କରି ଏହାକୁ ପ୍ରକୃତ ବିଜେଡି ବୋଲି ଉଲ୍ଲେଖ କରିଛନ୍ତି। ତା ସହ ଅନ୍ୟ ଏକ ଫଟୋରେ ଆଜିର ଗୁଣ୍ଡାମୀ ବିଷୟରେ ଦର୍ଶାଇ, ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଲୋଡ଼ା ବୋଲି ସେ ଲେଖିଛନ୍ତି।

ବୈଜୟନ୍ତଙ୍କ ଟ୍ୱିଟ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ। ସେ କହିଛନ୍ତି-“୨୦ ବର୍ଷ ତଳେ ନବୀନ ସଭାପତି ଥିଲେ, ଆଜି ବି ଅଛନ୍ତି। କିଛି ବଦଳି ନାହିଁ। ଯଦି ବଦଳିଛି କିଛି କାର୍ଯ୍ୟକର୍ତ୍ତାଙ୍କ ଆନୁଗତ୍ୟ ବଦଳିଛି।”

ବୈଜୟନ୍ତଙ୍କ ଆର୍ମଚେୟାର ପ୍ରସଙ୍ଗରେ ନନ୍ଦ କହିଛନ୍ତି- “ଦଳରେ ନୀତି ନିର୍ଦ୍ଧାରଣ କେବଳ ନବୀନ କରନ୍ତି। ସେଥିପାଇଁ ଆରାମ ଚେୟାରରେ ବସିଛୁ, ନଚେତ୍ ଗୋଡ ତଳୁ ମାଟି ଖସି ଯାଇଥାନ୍ତା। ଦ୍ୱନ୍ଦ୍ୱ, ଆଶଙ୍କା, ଲଜ୍ଜା ଓ କ୍ଷୁବ୍ଧ ହେବାର କାରଣ ନାହିଁ, ନିଜେ ଆତ୍ମସମୀକ୍ଷା କରନ୍ତୁ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- “ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ଆଇନକୁ ହାତକୁ ନେଇ ହିଂସାତ୍ମକ ଆକ୍ରମଣ କରିବା ଅଗଣତାନ୍ତ୍ରିକ। ଏଭଳି କାର୍ଯ୍ୟରୁ ଶାସକ ଦଳ ନିବୃତ୍ତ ରହନ୍ତୁ।”

Related story