ରାଜ୍ୟବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ବିଜେଡିର ମାନବଶୃଙ୍ଖଳ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ସାରା ରାଜ୍ୟରେ ଚାଲିଛି ମାନଶୃଙ୍ଖଳ। ଭୁବନେଶ୍ୱର ଫରେଷ୍ଟ ପାର୍କରେ ମାନବଶୃଙ୍ଖଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଯୁବକ ଓ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଏହି ମାନବଶୃଙ୍ଖଳରେ ସାମିଲ ହୋଇଥିଲେ। ବିଜୁ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇବା ସହ ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ଏହା ଆୟୋଜନ କରାଯାଇଥିଲା ଭୁବନେଶ୍ୱରର ଧଉଳିରୁ ନନ୍ଦନକାନନ ପର୍ଯ୍ୟନ୍ତ […]

bjd

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 09:55 PM IST

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ସାରା ରାଜ୍ୟରେ ଚାଲିଛି ମାନଶୃଙ୍ଖଳ। ଭୁବନେଶ୍ୱର ଫରେଷ୍ଟ ପାର୍କରେ ମାନବଶୃଙ୍ଖଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଯୁବକ ଓ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଏହି ମାନବଶୃଙ୍ଖଳରେ ସାମିଲ ହୋଇଥିଲେ। ବିଜୁ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇବା ସହ ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ଏହା ଆୟୋଜନ କରାଯାଇଥିଲା

ଭୁବନେଶ୍ୱରର ଧଉଳିରୁ ନନ୍ଦନକାନନ ପର୍ଯ୍ୟନ୍ତ ୩୫ କି.ମି ବ୍ୟାପି ଏହି ମାନବ ଶୃଙ୍ଖଳ କରାଯାଇଥିଲା।

ଓଡ଼ିଶାର ଏକତା ଓ ସ୍ୱାଭିମାନ ବଜାୟ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ମାନବ ଶୃଙ୍ଖଳରେ ସାମିଲ ହୋଇଥିବାରୁ ମହିଳା ଓ ଯୁବଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

ଞ୍ଜର ବାରିପଦା, ସମ୍ବଲପୁର, କଟକ, ପୁରୀ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ପୁରୀ ଭଳି ୩୦ ଜିଲ୍ଲାର ମୁଖ୍ୟାଳୟ, ୩୧୪ ବ୍ଲକର ମୁଖ୍ୟାଳୟରେ ମାନବଶୃଙ୍ଖଳ ଆୟୋଜିତ ହୋଇଥିଲା।

ଅନ୍ୟପକ୍ଷରେ ବିଜେଡିର ଏହି ମାନବଶୃଙ୍ଖଳକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ମହାନଦୀ ବିବାଦକୁ ନେଇ ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ବିଜେଡି କରିବାକୁ ଥିବା ୪୦୦ କିଲୋମିଟର ମାନବଶୃଙ୍ଖଳାର ଏହା ରିହଲସଲ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହାସହ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବିଜେଡି ବିଜୁ ବାବୁଙ୍କ ନାଁ ନେଇ ପାର ହେବାକୁ ଯୋଜନା ରଖିଥିବା ମଧ୍ୟ ଅଭିଯୋଗ ହେଉଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ବିଜୁ ବାବୁଙ୍କ ସମ୍ମାନ ଜଣାଇବା ନାଁରେ ବିଜେଡି ସରକାରୀ ଅର୍ଥରେ କାର୍ଯ୍ୟକ୍ରମ କରୁଛି। ପ୍ରକୃତରେ ବିଜୁ ବାବୁଙ୍କୁ ସମ୍ମାନ ଜଣାଇବାର ଇଚ୍ଛା ଥିଲେ ସବୁ ଦଳଙ୍କୁ ସବୁ ଲୋକଙ୍କୁ ଡାକିଥାନ୍ତେ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏପରି କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ।”

ସେ କହିଛନ୍ତି,“ମୁଁ ଯେଉଁ ଘରେ ରହୁଛି ଅତୀତରେ ଏହି ଘର ବିଜୁ ବାବୁଙ୍କ ଅଫିସ ଥିଲା। ମୋ ଘର ସମ୍ମୁଖରୁ କାର୍ଯ୍ୟକ୍ରମ ଆରମ୍ଭ କଲେ ଅଥଚ ମୋତେ ଡାକିଲେ ନାହିଁ।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“କେବଳ ପ୍ରଶାସନିକ କଳକୁ ବ୍ୟବହାର କରାଯାଇନାହିଁ। ଛାତ୍ରଛାତ୍ରୀଙ୍କ ମଧ୍ୟ ବ୍ୟବହାର କରାଯାଇଛି। ଗରିବ ଲୋକଙ୍କ ଟିକସ୍‌ ପଇସାରେ ଭୋଗବିଳାସ କରୁଛନ୍ତି। ଏପରି କରି ଓଡ଼ିଶାକୁ କୌଣସି ବିକାଶ ପଥରେ ନେଉନାହାନ୍ତି, ବରଂ ଓଡ଼ିଶାବାସୀଙ୍କୁ ଠକି ଚାଲିଛନ୍ତି।”

Related story