ବିଜେଡିର ମିଶିଲେ ଉତ୍ତମ ମହାନ୍ତି ଏବଂ ଅସିତ ପତି

ଭୁବନେଶ୍ୱର: ଓଡ଼ିଆ ଫିଲ୍ମର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଏବଂ ଅସିତ ପତି ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଉଭୟ ଆଜି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିଲେ। ବିଜେଡିରେ ମିଶିବା ପରେ ଉତ୍ତମ କହିଛନ୍ତି,“ନିର୍ବାଚନରେ ଛିଡା ହେବାର ଆଶା ନେଇ ଦଳରେ ମିଶିନାହିଁ। ଦଳରେ ଜଣେ ସୈନିକ ଭାବେ କାମ କରିବି। ସୁପ୍ରିମୋ ମୋତେ ଯେତିକି କାମ ଦେବେ କରିବି। ମୟୂରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ […]

uttam mohanti

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 07:57 PM IST

ଭୁବନେଶ୍ୱର: ଓଡ଼ିଆ ଫିଲ୍ମର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଏବଂ ଅସିତ ପତି ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଉଭୟ ଆଜି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିଲେ।

ବିଜେଡିରେ ମିଶିବା ପରେ ଉତ୍ତମ କହିଛନ୍ତି,“ନିର୍ବାଚନରେ ଛିଡା ହେବାର ଆଶା ନେଇ ଦଳରେ ମିଶିନାହିଁ। ଦଳରେ ଜଣେ ସୈନିକ ଭାବେ କାମ କରିବି। ସୁପ୍ରିମୋ ମୋତେ ଯେତିକି କାମ ଦେବେ କରିବି। ମୟୂରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ କାମ କରିବା ଉଦ୍ଦେଶ୍ୟରେ ବିଜେଡିରେ ସାମିଲ ହୋଇଛି।”

ଓସ୍କାର ଚିଟ୍‌ଫଣ୍ଡ୍ ଲିଙ୍କ୍ ଅଭିଯୋଗରେ ବିବାଦ ଘେରକୁ ଆସିଥିଲେ ଉତ୍ତମ ମହାନ୍ତି। କଂପାନୀର ପ୍ରଚାର ଓ ପ୍ରସାର ଅଭିଯୋଗ ଆସିଥିଲା ତାଙ୍କ ନାଁରେ। ଏଇ ବିବାଦରୁ ସୁରକ୍ଷା ପାଇବା ପାଇଁ ସେ ବିଜେଡିରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ବିଜେଡିର ଆଜି ଦରକାର ପଡ଼ୁଛି ସିନେ ତାରକାଙ୍କୁ ଡାକି ଦଳରେ ସାମିଲ କରିବା। କିନ୍ତୁ ସେମାନଙ୍କର ମନେ ରଖିବା କଥା ଯେଉଁ ସିନେ ତାରକାଙ୍କୁ ଦଳରେ ସାମିଲ କରୁଛନ୍ତି ସେମାନେ ଚିଟ୍‌ଫଣ୍ଡରେ ସମ୍ପୃକ୍ତ ଅଛନ୍ତି ବୋଲି ଲୋକେ ଜାଣିଛନ୍ତି।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି,“ଉତ୍ତମ ମହାନ୍ତିଙ୍କ ନାଁ ଓସ୍କାର ଚିଟ୍‌ଫଣ୍ଡରେ ଜଡ଼ିତ ରହିଛି। ଆଜି ବିଜେଡି ତାଙ୍କୁ ନେଇଛି। ଏଥିରୁ  ସ୍ପଷ୍ଟ ଭାବେ ପ୍ରମାଣ ମିଳୁଛି ବିଜେଡି ଚିଟ୍‌ଫଣ୍ଡଙ୍କ ଦଲାଲଙ୍କ କବଳରେ ଫସି ରହିଛି।”

ସୂଚନାଯୋଗ୍ୟ, ଉତ୍ତମଙ୍କ ଅଭିନେତ୍ରୀ ପତ୍ନୀ ଅପରାଜିତା ମହାନ୍ତି ଗତ ଲୋକସଭା ନିର୍ବାଚନରେ କଟକରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।

 

Related story