ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଓ ବିଜେପିର ଷ୍ଟାର କ୍ୟାମ୍ପନର ତାଲିକା ପ୍ରକାଶ ପାଇଛି। ବିଜେଡି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ତାଲିକାର ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ଷ୍ଟାର ପ୍ରଚାରକ ଅଛନ୍ତି। ମନ୍ତ୍ରୀ ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ସୂର୍ଯ୍ୟ ପାତ୍ର, ସିଦ୍ଧାନ୍ତ ମହାପାତ୍ର, ଦିଲ୍ଲୀପ ତିର୍କୀ, ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକ ପ୍ରମୁଖ ତାଲିକାରେ ଅଛନ୍ତି। ତାଲିକାରେ ଫିଲ୍ମ ଷ୍ଟାର ଓ ସେଲିବ୍ରେଟି ମଧ୍ୟ ରହିଛନ୍ତି। ମିହିର ଦାସ, ତୃପ୍ତି ଦାସ,କୁନା ତ୍ରିପାଠୀ ଓ ଅରିନ୍ଦମ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି। ସେହିପରି ବିଜେଡି ପକ୍ଷରୁ ଟିକେଟ ବଣ୍ଟନ ଆରମ୍ଭ ହୋଇଥିବା ନେଇ ବିଜେଡି ମୁଖପାତ୍ର ସୂର୍ଯ୍ୟ ପାତ୍ର କହିଛନ୍ତି।
ସେ କହିଛନ୍ତି,“୪୦ରୁ ଅଧିକ ଜୋନ୍ ପାଇଁ ଟିକେଟ୍ ବଣ୍ଟନ ସରିଛି, ଦିନେରୁ ଦୁଇଦିନ ଭିତରେ ବାକି ଟିକେଟ ବଣ୍ଟନ ସରିଯିବ। ବିଧାୟକଙ୍କ ତାଲିକାକୁ ମୁଖ୍ୟମନ୍ତ୍ରୀ ତନ୍ନ ତନ୍ନ ଯାଞ୍ଚ କଲା ପରେ ଟିକେଟ୍ ଦେଉଛନ୍ତି।”
ସେ ଆହୁରି କହିଛନ୍ତି,“ବିରୋଧୀ ସମସ୍ୟା ନୁହନ୍ତି, ନିଜ ଦଳରେ ଅଧିକ ପ୍ରାର୍ଥୀ ଆଶାୟୀ ଅଛନ୍ତି। ସରପଞ୍ଚ, ସମିତି ସଭ୍ୟ ନେଇ କିଛି ଜାଗାରେ ବନ୍ଧୁତ୍ୱ ପୂର୍ଣ୍ଣ ଲଢ଼େଇ ହେବାର ସମ୍ଭାବନା ରହିଛି। ଯେଉଁଠି ସହମତି ହୋଇପାରୁନି, ସେଠି ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେଉଛି।”
ବିଜେପି ମଧ୍ୟ ତା’ର ଷ୍ଟାର କ୍ୟାମ୍ପେନ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲୀପ ରାୟଙ୍କ ନାଁ ନଥିଲା। ତେବେ ପରବର୍ତ୍ତି ସମୟରେ ଦଳ ତା’ର ତାଲିକାରେ ସଂଶୋଧନ କରି ଏହି ଦୁଇ ନେତାଙ୍କୁ ସାମିଲ କରିଛି। ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କ ସମେତ ଦଳର ପ୍ରଚାର ମଙ୍ଗ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଏବଂ ସୁରେଶ ପୂଜାରୀ ସିନେ ତାରକାର ଶ୍ରୀତମ ଏବଂ ପିଙ୍କି ପ୍ରଧାନ।
ବିଜେପି ଓ କଂଗ୍ରେସ କ୍ୟାମ୍ପରେ ଚାଲିଛି ଟିକେଟ୍ ବଣ୍ଟା
ବିରୋଧୀବିଜେପି ଓ କଂଗ୍ରେସ ମଧ୍ୟ ଟିକେଟ୍ ବଣ୍ଟାରେ ପଛରେ ପଡିନାହାନ୍ତି। ପ୍ରାର୍ଥୀ ଯେମିତି ସର୍ବସମ୍ମତ ହେବ ସେଥିଲାଗି ସବୁ ବାଦ ବିଦାଦ ଭୁଲ କଂଗ୍ରେସର ଛାମୁଆ ନେତାମାନେ ଏକାଠି ହୋଇ ବୈଠକ କରିଛନ୍ତି। ବିଜେପିର ମଧ୍ୟ ପ୍ରାର୍ଥୀ ଚୟନ ଏକ ପ୍ରକାର ଶେଷ ହୋଇଛି।
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ ଜିଲ୍ଲା ପରିଷଦ ପାଇଁ ୭୫ ପ୍ରତିଶତ ଟିକେଟ୍ ବଣ୍ଟନ ସରିଛି। ବାକି ୨୫ ପ୍ରତିଶତ ଟିକେଟ ଖୁବ୍ ଶୀଘ୍ର ଦିଆଯିବ।”
ସେ କହିଛନ୍ତି,“ଜିଲ୍ଲା ଓ ବ୍ଲକ ସ୍ତରରେ ଆଲୋଚନା କରି ଟିକେଟ୍ ଦେଉଛୁ। ଟିକେଟ୍ ଦେବା ନେଇ ବିଶେଷ ବିବାଦ ନାହିଁ।”
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ୯୦ ପ୍ରତିଶତ ଟିକେଟ ବଣ୍ଟନ ସରିଛି। ବାକି ୧୦ ପ୍ରତିଶତ ଖୁବ୍ ଶୀଘ୍ର ଦିଆଯିବ।”
ସେ ଆହୁରି କହିଛନ୍ତି,“ରାୟଗଡ଼ାରେ ଆଜି ଦଳୀୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଦଳ ପକ୍ଷରୁ ୪୦ ଜଣ ଷ୍ଟାର ପ୍ରଚାରକ ବଛା ଯାଇଛନ୍ତି।”