ବିଜେଡି ସରକାରଙ୍କ ପାଖରେ ବୋଧ ହୁଏ ପୁରୁଣା ଟଙ୍କା ରହିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜେଡି ସରକାରଙ୍କ ପାଖରେ ବୋଧ ହୁଏ ପୁରୁଣା ଟଙ୍କା ରହିଛି। ମୂଳ କଷ୍ଟ ଅନ୍ୟ ଜାଗାରେ ଥିବାରୁ ସରକାର କେବଳ ବାହାନା କରୁଛନ୍ତି। ଆଜି ଏପରି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ପେଟ୍ରୋଲିୟମନ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷିଛନ୍ତି। ସେ କହିଛନ୍ତି,“ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ ସୃଷ୍ଟି କରିବା ସହିତ ଲୋକଙ୍କୁ ଡରାଉଛନ୍ତି। ରାଜ୍ୟରେ ଅର୍ଥର ଅଭାବ ନାହିଁ। ଏବେ ସୁଦ୍ଧା ରାଜ୍ୟରେ ଏସ୍‌ବିଆଇର ୨୦,୦୦୦ ସ୍ଥାନରେ ଟଙ୍କା ନେଣଦେଣର ବ୍ୟବସ୍ଥା […]

Dharmendra

Rakesh Mallick
  • Published: Saturday, 10 December 2016
  • , Updated: 11 December 2016, 07:16 AM IST

ଭୁବନେଶ୍ୱର: ବିଜେଡି ସରକାରଙ୍କ ପାଖରେ ବୋଧ ହୁଏ ପୁରୁଣା ଟଙ୍କା ରହିଛି। ମୂଳ କଷ୍ଟ ଅନ୍ୟ ଜାଗାରେ ଥିବାରୁ ସରକାର କେବଳ ବାହାନା କରୁଛନ୍ତି। ଆଜି ଏପରି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ପେଟ୍ରୋଲିୟମନ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷିଛନ୍ତି।

ସେ କହିଛନ୍ତି,“ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ ସୃଷ୍ଟି କରିବା ସହିତ ଲୋକଙ୍କୁ ଡରାଉଛନ୍ତି। ରାଜ୍ୟରେ ଅର୍ଥର ଅଭାବ ନାହିଁ। ଏବେ ସୁଦ୍ଧା ରାଜ୍ୟରେ ଏସ୍‌ବିଆଇର ୨୦,୦୦୦ ସ୍ଥାନରେ ଟଙ୍କା ନେଣଦେଣର ବ୍ୟବସ୍ଥା ରହିଛି। ୬୦୦୦ ଗ୍ରାମାଞ୍ଚଳରେ କମନ ସର୍ଭିସ୍‌ ସେଣ୍ଟର ରହିଛି। ଏହାଛଡ଼ା ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ମଧ୍ୟ ଟଙ୍କା ନେଣଦେଣ ହେଉଛି। ସେହି ସବୁ ସେଣ୍ଟରରେ ଆସନ୍ତାକାଲିଠାରୁ ୫୦୦ ଟଙ୍କିଆ ନୋଟ୍‌ ଅଧିକ ମିଳିବ।”

ସେ କହିଛନ୍ତି,“ରାଜ୍ୟରେ ବର୍ତ୍ତମାନ ୧୪୬୫ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୮୫୭ଟିରେ ପିଓଏସ୍‌ ମେସିନ୍‌ ଯୋଗାଇ ଦିଆଯାଇଛି। ଆହୁରି ୬୦୦ ମେସିନ୍‌ ଯୋଗାଇ ଦିଆଯିବ। ଏଠାରେ ଡେବିଟ୍‌ କାର୍ଡ଼, କ୍ରେଡିଟ୍‌ କାର୍ଡ଼ ମାଧ୍ୟମରେ ପେଟ୍ରୋଲ, ଡିଜେଲ କ୍ରୟ କଲେ ଲିଟର ପ୍ରତି ୪୦ରୁ ୪୮ ପଇସା କମ୍‌ ପଡ଼ିବ।”

Related story