ବସନ୍ତପୁର ଗାଁରେ ‘ମୋ ବୁଥ୍ ସବୁଠୁ ମଜଭୁତ୍’ କାର୍ଯ୍ୟକ୍ରମରେ ଯୋଗ ଦେବେ ଅମିତ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଆଜି ଅମିତ ଶାହା ରାଜଧାନୀ ଉପକଣ୍ଠ ଟିକରପଡ଼ା ପଞ୍ଚାୟତର ବସନ୍ତପୁର ଗାଁରେ ‘ମୋ ବୁଥ୍ ସବୁଠୁ ମଜଭୁତ୍’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିସହ ଭୁବନେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ ପଞ୍ଚାୟତ ସମ୍ମିଳନୀରେ ଉଦବୋଧନ ଦେବା ସହ ବିଭିନ୍ନ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ବୈଠକରେ ଦଳୀୟ ଜିଲ୍ଲା ପରିଷଦ ସଦସ୍ୟ,ବ୍ଲକ ଅଧ୍ୟ୍ୟକ୍ଷ ଓ ଉପାଧ୍ୟକ୍ଷ୍ୟମାନେ  ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। […]

amit shah

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 08:45 AM IST

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଆଜି ଅମିତ ଶାହା ରାଜଧାନୀ ଉପକଣ୍ଠ ଟିକରପଡ଼ା ପଞ୍ଚାୟତର ବସନ୍ତପୁର ଗାଁରେ ‘ମୋ ବୁଥ୍ ସବୁଠୁ ମଜଭୁତ୍’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିସହ ଭୁବନେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ ପଞ୍ଚାୟତ ସମ୍ମିଳନୀରେ ଉଦବୋଧନ ଦେବା ସହ ବିଭିନ୍ନ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିବେ।

ବୈଠକରେ ଦଳୀୟ ଜିଲ୍ଲା ପରିଷଦ ସଦସ୍ୟ,ବ୍ଲକ ଅଧ୍ୟ୍ୟକ୍ଷ ଓ ଉପାଧ୍ୟକ୍ଷ୍ୟମାନେ  ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଅମିତ ଶାହା ବିସ୍ତାରକ ବୈଠକରେ ଯୋଗ ଦେବେ। ଏହାପରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

Related story