କୃଷିଋଣ ଛାଡ଼ ଦାବିରେ ଆଜି ସବୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: କୃଷିଋଣ ଛାଡ଼ ଓ ବିନା ସୁଧରେ କୃଷି ଋଣ ପ୍ରଦାନ ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇବ ବିଜେପି।  ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ କୃଷି ଋଣ ଛାଡ଼ ଘୋଷଣା କରି ସାରିଥିବା ବେଳେ ଓଡ଼ିଶାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ପ୍ରଶ୍ନ କରିଛି ଦଳ।  ରାଜ୍ୟ ସରକାର ମୁଣ୍ଡକୁ […]

bjp

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 07:23 AM IST

ଭୁବନେଶ୍ୱର: କୃଷିଋଣ ଛାଡ଼ ଓ ବିନା ସୁଧରେ କୃଷି ଋଣ ପ୍ରଦାନ ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇବ ବିଜେପି।  ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ କୃଷି ଋଣ ଛାଡ଼ ଘୋଷଣା କରି ସାରିଥିବା ବେଳେ ଓଡ଼ିଶାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ପ୍ରଶ୍ନ କରିଛି ଦଳ।  ରାଜ୍ୟ ସରକାର ମୁଣ୍ଡକୁ କୌଣସି ଦାୟିତ୍ୱ ନେଉ ନ ଥିବାବେଳେ କୃଷି ଋଣ ଛାଡ଼ ନେଇ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ବିଜେଡି ମୁଖପାତ୍ରମାନେ କେବଳ ସମାଲୋଚନାରେ ସୀମିତ ବୋଲି ବିଜେପି କହିଛି ।

Related story