ବିଜେପିକୁ ଘାରିଛି ବିଜୟ ଚିନ୍ତା: କାହିଁକି ଦଳ କଲା ସିଧା ଆଟାକ୍‌, ପଢନ୍ତୁ ଏ ରିପୋର୍ଟ

ଭୁବନେଶ୍ୱର: ବିଜେପିକୁ ଘାରିଛି ବିଜୟ ଅଡୁଆ। ଆଇଓସିଏଲ୍‌ ନିଯୁକ୍ତି ବାଣରେ ବରିଷ୍ଠ ନେତା ବିଜୟ ମହାପାତ୍ର ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି। ଏହାକୁ କାଉଣ୍ଟର କରିବାକୁ ଯାଇ ବିଜେପି ପକ୍ଷରୁ ବିଜୟଙ୍କୁ କାଉଣ୍ଟର ଆଟାକ୍ କରାଯାଇଛି। ଦଳ ପକ୍ଷରୁ ବିଜୟଙ୍କୁ କଟୁ ସମାଲୋଚନା କରାଯିବା ସହ ସେ (ବିଜୟ) ବେକାର ଯୁବକ ଯୁବତୀ ନା ବିଜେଡି, କାହା ପାଇଁ କାମ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି। ପ୍ରଥମେ ମହାନଦୀ ଓ ଏବେ ଆଇଓସିଏଲ୍‌ ନିଯୁକ୍ତିକୁ […]

bjp

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 08:15 PM IST

ଭୁବନେଶ୍ୱର: ବିଜେପିକୁ ଘାରିଛି ବିଜୟ ଅଡୁଆ। ଆଇଓସିଏଲ୍‌ ନିଯୁକ୍ତି ବାଣରେ ବରିଷ୍ଠ ନେତା ବିଜୟ ମହାପାତ୍ର ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି। ଏହାକୁ କାଉଣ୍ଟର କରିବାକୁ ଯାଇ ବିଜେପି ପକ୍ଷରୁ ବିଜୟଙ୍କୁ କାଉଣ୍ଟର ଆଟାକ୍ କରାଯାଇଛି। ଦଳ ପକ୍ଷରୁ ବିଜୟଙ୍କୁ କଟୁ ସମାଲୋଚନା କରାଯିବା ସହ ସେ (ବିଜୟ) ବେକାର ଯୁବକ ଯୁବତୀ ନା ବିଜେଡି, କାହା ପାଇଁ କାମ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି।

ପ୍ରଥମେ ମହାନଦୀ ଓ ଏବେ ଆଇଓସିଏଲ୍‌ ନିଯୁକ୍ତିକୁ ବିଜୟଙ୍କ ଚିଠି ପରେ ତାଙ୍କର ଦଳ ସହ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଓଡିଆ ଯୁବକଙ୍କୁ ନିଯୁକ୍ତି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ବିଜୟ ଚିଠି ଲେଖି ଟାର୍ଗେଟ୍ କରିଛନ୍ତି।

ଗତ ୩୧ ତାରିଖରେ ବିଜୟ ଧର୍ମେନ୍ଦ୍ରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ପାରଦୀପ ତୈଳ ବିଶୋଧନାଗାର ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରକଳ୍ପରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତିରେ ଅବହେଳା କରାଯାଉଛି। ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପରେ ବହୁ ସଂଖ୍ୟାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ ବୋଲି ଓଡ଼ିଶାର ଯୁବକମାନେ ଯେଉଁ ଆଶା ରଖିଥିଲେ ତାହା ଧୂଳିସାତ୍ ହୋଇଛି। ଓଡ଼ିଶା ପ୍ରତି ରହିଥିବା ପ୍ରତିଶ୍ରୁତିକୁ ନେଇ ଏବେ ବେକାର ଓଡ଼ିଆ ଯୁବକମାନେ ପ୍ରଶ୍ନ ଉଠାଇଛନ୍ତି। ଠିକା, ପରିବହନ କାମ ଓଡ଼ିଶା ବାହାରର କମ୍ପାନୀ ଓ ଏଜେନ୍ସୀଙ୍କୁ ଦିଆଯାଇଥିବା ସେ ଚିଠିରେ ଅଭିଯୋଗ କରିଛନ୍ତି।

ଏପରିକି ଆଇଓସିଏଏରେ ଦେଶର ବିଭିନ୍ନ ସ୍ଥାନକୁ ଗ୍ୟାସ୍ ଯୋଗାଣ ପାଇଁ ନାଗାଲାଣ୍ଡର ଏକ ସଂସ୍ଥାକୁ ନିୟୋଜିତ କରାଯାଇଥିବାରୁ ବିଜୟ କ୍ଷୋଭ ପ୍ରକାଶ କରିଛନ୍ତି।

ଧର୍ମେନ୍ଦ୍ର ଏହି ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଥିବା ବେଳେ ବିଜୟ ବାବୁ ଭଲ ପ୍ରସ୍ତାବ ଦେଇଛନ୍ତି ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ବିଜୟଙ୍କୁ କାଉଣ୍ଟର ଆଟାକ୍‌ କରାଯାଇଛି। ବେକାର ଯୁବକ ଯୁବତୀ ନା ବିଜେଡି କାହା ପାଇଁ କାମ କରୁଛନ୍ତି ବିଜୟ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଏହାସହ ସେ ଆଇଓସିଏଏଲ୍‌ରେ ନିଯୁକ୍ତି ସଂପର୍କିତ ତଥ୍ୟ ରଖିଛନ୍ତି। ବିଜୟ ଅଜ୍ଞତା କାରଣରୁ ଏପରି ଅଭିଯୋଗ ଆଣିଥିବା ସେ କହିଛନ୍ତି। ସେ କହିଛନ୍ତି ଆଇଓସିଏଲ୍‌ର ଏକଜିକ୍ୟୁଟିଭ ପଦବୀରେ ୫୨୯ରୁ ୯୦ ଜଣ ଓଡ଼ିଆ ଅଛନ୍ତି। ନନ୍‌ ଏକଜିକ୍ୟୁଟିଭ ପଦବୀରେ ୩୪୬ରୁ ୧୬୬ ଓ ଠିକାରେ କାମ କରୁଥିବା ୫୧୨୩ଙ୍କ ମଧ୍ୟରୁ ୪୪୭୫ ଓଡ଼ିଆ ଅଛନ୍ତି।

ଏହି ଘଟଣାରେ ବିଜେଡି ଫାଇଦା ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ ଦାମୋଦର ରାଉତ ଚିଠି ଘଟଣାରେ ବିଜୟକୁ ଧନ୍ୟବାଦ ଦେବା ସହ ବିଜେପିକୁ ସମାଲୋଚନା କରିଛନ୍ତି।

ପୂର୍ବରୁ ବିଜେପିଠାରୁ ବିଜୟ ଦୂରେଇ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମହାନଦୀ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ବିଜୟ ସିଧାସଳଖ ବିରୋଧ କରି ଆସୁଛନ୍ତି। ଏବେ ବିଜେପି ଓ ବିଜୟ ସିଧାସଳଖ ଟକ୍କର ଆରମ୍ଭ ହୋଇଛି। ଆଗକୁ ଏହା କେଉଁ ରୂପ ନେଉଛି ଦେଖିବାକୁ ବାକି ରହିଲା।

Related story