- Videos
- Odisha
- କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ: କହିଲେ-ଭ୍ରଷ୍ଟାଚାରରେ ପ୍ରବୀଣ ନବୀନ ସରକାର
କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ: କହିଲେ-ଭ୍ରଷ୍ଟାଚାରରେ ପ୍ରବୀଣ ନବୀନ ସରକାର
- Published: Monday, 23 October 2017
- , Updated: 23 October 2017, 09:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ପରେ ଆଜି କଡ଼ା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜାଭଡେକର ଭୁବନେଶ୍ୱର ଲୋକସଭା ଆସନ ପାଇଁ ଦଳର ସାଂଗଠନିକ ସ୍ଥିତିର ସମୀକ୍ଷା କରିବା ଅବସରେ ସିସୋର ଲିଙ୍କର ଫଟୋ ଦେଖାଇ ବିଜେଡିର ଗୋହି ଖୋଳିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଟ୍‌ଫଣ୍ଡ ଲିଙ୍କକୁ ଟାଣିଛନ୍ତି।

ଜାଭଡେକର କହିଛନ୍ତି-“ବିଜେଡିର ୫୦ ବିଧାୟକ ଚିଟ୍‌ଫଣ୍ଡ ସଂସ୍ଥା ପାଇଁ ପ୍ରଚାର କରୁଥିଲେ। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ପାଇଁ ୩୦୦ କୋଟିର କର୍ପସ ଫଣ୍ଡ କରିଥିଲେ। ହେଲେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଟିଏ ଫେରାଇ ନାହାନ୍ତି ରାଜ୍ୟ ସରକାର। ରାଜ୍ୟରେ ଲୋକଙ୍କୁ ପିଇବା ପାଣି କମ୍‌ ମିଳୁଛି। ମଦ ଅଧିକ ମିଳୁଛି। ନବୀନ ସରକାର ଭ୍ରଷ୍ଟାଚାରରେ ପ୍ରବୀଣ ସରକାର।”

ସେ କହିଛନ୍ତି-“ରାଜ୍ୟରେ ସ୍କୁଲ ଅଛି, ପ୍ରଧାନଶିକ୍ଷକ ନାହାନ୍ତି। ଡାକ୍ତରଖାନା ଅଛି, ଡାକ୍ତର ନାହାନ୍ତି। ପାନୀୟ ଜଳ ଯୋଗାଇବା ପାଇଁ ଟ୍ୟାପ୍‌ ରହିଛି। ମାତ୍ର ସେଥିରେ ଏକ ଘଣ୍ଟା ପାଣି ଆସୁଛି। ଯାହା ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ବିଜୁଳି ସଂଯୋଗ ରହିଛି। ୮ ଘଣ୍ଟାରୁ ଅଧିକ ସମୟ ଧରି ବଲ୍‌ବ ଜଳୁନି। ଯିବାଆସିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଇଏ ହେଉଛି ନବୀନ ସରକାରଙ୍କ ସ୍ଥିତି।”

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ଜାଭଡେକର ସିବିଆଇର ମୁଖପାତ୍ର ସାଜି ଓଡ଼ିଶା ଆସୁଛନ୍ତି। ଫଟୋ ଦେଖାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଆମ ପାଖରେ ଗୁଜରାଟରେ ନରେନ୍ଦ୍ର ମୋଦି ଚିଟ୍‌ଫଣ୍ଡ ସଂସ୍ଥାର ମାଲିକଙ୍କୁ ପୁରସ୍କାର ଦେଉଥିବା ଫଟୋ ଅଛି। ଦେଖାଇବୁ କି?”

ପାନୀୟ ଜଳ ଯୋଗାଣ ନେଇ ସେ କହିଛନ୍ତି-ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ତୁଳନାରେ ଓଡ଼ିଶା ସରକାର ଯଥେଷ୍ଟ ପରିମାଣରେ ପାଣି ଯୋଗାଉଛନ୍ତି। ପାନୀୟ ଜଳ ଯୋଗାଣ ନେଇ କିଛି କହିବା ପୂର୍ବରୁ ପ୍ରଥମେ ତଥ୍ୟକୁ ଦେଖନ୍ତୁ?”

ଦୁଇ ଦିନ ଧର ଭୁବନେଶ୍ୱର ଲୋକସଭା ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ଦଳର ସାଂଗଠନିକ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରକାଶ ଜାଭେଡକର। ତାଙ୍କୁ ଭୁବନେଶ୍ୱର ସମେତ ପୁରୀ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭାରେ ସଂଗଠନ ମଜବୁତ ପାଇଁ ଦଳ ଦାୟିତ୍ୱ ଦେଇଛି। ଏସବୁ ଅଞ୍ଚଳରେ କି କି ରଣନୀତି କଲେ ଦଳ ଅଧିକ ମଜବୁତ ସେ ନେଇ ବୁଥ୍‌ସ୍ତରରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତାଙ୍କ ସହ ମାରଥନ ବୈଠକ କରୁଛନ୍ତି ଜାଭେଡକର।