ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳା ତାଲିକାଭୁକ୍ତ ହେଲା ନକଲି ଟିଡିଆରରେ ଟେଣ୍ଡର ହାତେଇଥିବା ଠିକା ସଂସ୍ଥା ସୂରଜ ଏଣ୍ଟରପ୍ରାଇଜେସ୍। ଏନେଇ ରାସ୍ତା ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ପୂର୍ତ୍ତ ସଚିବ ଚିଠି ଲେଖିଛନ୍ତି। ବରଗଡ଼ ଜିଲ୍ଲା ଜିରା ନଦୀ ଉପରେ ନିର୍ମାଣାଧୀନ ଭୁଶୁଡ଼ିଥିବା ପୋଲ ଠିକା ନେଇଥିଲା ସୁରଜ ଏଣ୍ଟରପ୍ରାଇଜେସ ସଂସ୍ଥା। ତେବେ ବ୍ଲାକ ଲିଷ୍ଟେଡ ପରେ ସଂସ୍ଥାକୁ ଆଉ ଠିକା କାମ ମିଳିବନି। ଜାଲ୍ ଡକ୍ୟୁମେଣ୍ଟ ଦେଇ ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଜିଲ୍ଲାରେ ମୋଟ୍ ୧୦ ରୁ ୧୨ କୋଟି ଟଙ୍କାର ଜାଲିଆତି କରିଥିଲେ ଏହି ସଂସ୍ଥାର ମୁଖ୍ୟ ଅଗ୍ରଓ୍ୱାଲ ବାପ-ପୁଅ। ସେପଟେ ଜାଲ୍ ଟିଡିଆରକୁ ନେଇ ବଲାଙ୍ଗିର, ବରଗଡ଼ ଓ ନୂଆପଡ଼ା ପରେ ଭବାନୀପାଟଣାରେ ବଣ୍ଟି ଓ ତାଙ୍କ ପତ୍ନୀ ସବିତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଉଭୟ ୩୧ଟି ଜାଲ୍ ଟିଡିଆର ମାଧ୍ୟମରେ କାମ ହାତେଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି।
ଜିରା ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍ର ଗୋଟିଏ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣାରେ ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ୱିତ କରାଯାଇଥିଲା।