ପାପି ପ୍ରେମିକ: ମଧ୍ୟସ୍ଥି ହୋଇ ବାହାଘର କଲା, ବ୍ଲାକ୍‌ମେଲ୍ କରି ସଂସାର ଜାଳିଲା, ବାଧ୍ୟହୋଇ ଆତ୍ମହତ୍ୟା କଲା ପ୍ରେମିକା

ବଲାଙ୍ଗିର: ମଧ୍ୟସ୍ଥି ପ୍ରେମିକର ପାପ ନଜର ଜାଲିଦେଲା ପ୍ରେମିକାର ସଂସାର। ମଧ୍ୟସ୍ଥି ସାଜି ଯୁବତୀଙ୍କ ଉପରେ ରଖିଥିଲା ପାପ ନଜର। ନିର୍ବନ୍ଧ ପରେ ଯୁବତୀଙ୍କ ନିକଟତର ହୋଇଥିଲା। ତା’ର ମିଠାମିଠା କଥାରେ ଭାସିଯାଇଥିଲେ ଯୁବତୀ। ଶେଷରେ ଉଭୟଙ୍କ ମିଳାମିଶା ପ୍ରେମରେ ପରିଣତ ହେଲା। କେହି କାହାକୁ କିଛି କହିବା ପୂର୍ବରୁ ପ୍ରେମ ନିବିଡ଼ ହୋଇଥିଲା। କିନ୍ତୁ ଯୁବତୀ ଜଣକ ଜାଣିନଥିଲା ମଧ୍ୟସ୍ଥିର ଚାଲ୍‌। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ମଧ୍ୟସ୍ଥି ସାଇତି ରଖିଥିଲା। ଏହା ଭିତରେ ଯୁବତୀଙ୍କ ବାହାଘର […]

bolangir123

bolangir123

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 05:40 PM IST

Sports

Latest News

ବଲାଙ୍ଗିର: ମଧ୍ୟସ୍ଥି ପ୍ରେମିକର ପାପ ନଜର ଜାଲିଦେଲା ପ୍ରେମିକାର ସଂସାର। ମଧ୍ୟସ୍ଥି ସାଜି ଯୁବତୀଙ୍କ ଉପରେ ରଖିଥିଲା ପାପ ନଜର। ନିର୍ବନ୍ଧ ପରେ ଯୁବତୀଙ୍କ ନିକଟତର ହୋଇଥିଲା। ତା’ର ମିଠାମିଠା କଥାରେ ଭାସିଯାଇଥିଲେ ଯୁବତୀ। ଶେଷରେ ଉଭୟଙ୍କ ମିଳାମିଶା ପ୍ରେମରେ ପରିଣତ ହେଲା। କେହି କାହାକୁ କିଛି କହିବା ପୂର୍ବରୁ ପ୍ରେମ ନିବିଡ଼ ହୋଇଥିଲା। କିନ୍ତୁ ଯୁବତୀ ଜଣକ ଜାଣିନଥିଲା ମଧ୍ୟସ୍ଥିର ଚାଲ୍‌। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ମଧ୍ୟସ୍ଥି ସାଇତି ରଖିଥିଲା। ଏହା ଭିତରେ ଯୁବତୀଙ୍କ ବାହାଘର ହେଲା। ବାହାଘର ପରେ ବି ମଧ୍ୟସ୍ଥି ଚାହିଁଲେ ଯୁବତୀଙ୍କ ସହ ପ୍ରେମ ଓ ଶାରୀରିକ ସଂପର୍କ ରଖିବାକୁ। ମାତ୍ର ରକ୍ଷଣଶୀଳ ସମାଜରେ ଯୁବତୀ ଜଣକ ଚାହିଁଥିଲେ ନିଜର ଅତୀତକୁ ଭୁଲି ଯିବାକୁ। ମଧ୍ୟସ୍ଥି ତାଙ୍କୁ ସେ ସୁଯୋଗ ନଦେଇ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ଛାଡ଼ି ଦେଇଥିଲେ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ।

ଚାଣ୍ଟିମୁଣ୍ଡା ଗାଁ ମୁଣ୍ଡରେ ରୁହନ୍ତି ବାପା ଛେଉଁଣ୍ଡ ଦୁଇ ଭଉଣୀ ତାରା ଓ ପାରୀ(ଛଦ୍ମନାମ)। ଗତବର୍ଷ ପାରୀ ପାଇଁ କୁଶଙ୍ଗ ଗାଁର ସର୍ଜନ ନାଏକଙ୍କ ସହିତ ବାହାଘର ପ୍ରସ୍ତାବ ଆସିଲା। ବାହାଘର ପ୍ରସ୍ତାବ ଆଣିଲେ କୁଶଙ୍ଗ ଗାଁର ପ୍ରଶାନ୍ତ ବେହେରା। ଉଭୟ ପକ୍ଷର ସହମତି ପରେ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ପରେ ପାରୀ ଘରକୁ ବାରମ୍ୱାର ଯିବା ଆସିବା କରୁଥିଲା ମଧ୍ୟସ୍ଥି ପ୍ରଶାନ୍ତ। ଯିବା ଆସିବା ଭିତରେ ଦୁଇଜଣଙ୍କ ଭିତରେ ହୋଇଥିଲା ପ୍ରେମ ସମ୍ପର୍କ। ପରେ ସମ୍ପର୍କ ନିବିଡ଼ ହୋଇଥିଲା। ଏହାପରେ ମଧ୍ୟ ପାରୀ ଗତ ମାର୍ଚ୍ଚ ମାସରେ ସର୍ଜନଙ୍କୁ ବିବାହ କରିଥିଲେ। ବିବାହ ପରେ ପାରୀ ଆଉ ପୂର୍ବ ପରି ପ୍ରଶାନ୍ତଙ୍କ ସହିତ ମିଶିବାକୁ ମନା କରିଥିଲେ। ମାତ୍ର ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ମଧ୍ୟସ୍ଥିରୁ ପ୍ରେମିକ ପାଲଟିଥିବା ପ୍ରଶାନ୍ତ। ବିବାହ ପୂର୍ବରୁ ପାରୀଙ୍କ ସହିତ ଉଠାଇଥିବା ଦୁର୍ବଳ ମୁହୂର୍ତ୍ତର କିଛି ଫଟୋକୁ ନେଇ ବ୍ଲାକ୍‌ମେଲ୍‌ କଲେ ପ୍ରଶାନ୍ତ। ପରେ ସମୟ ସୁବିଧା ଦେଖି ପାରୀଙ୍କର ସେହି ଦୁର୍ବଳ ମୁହୂର୍ତ୍ତର ଫଟୋ ଗୁଡ଼ିକୁ ପ୍ରଶାନ୍ତ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲା। ଫଟୋ ଗୁଡ଼ିକ ଭାଇରାଲ ହେଲା। ଏ ସମ୍ପର୍କରେ ପାରୀଙ୍କ ସ୍ୱାମୀ ସର୍ଜନ ଜାଣିଲେ। ଫଳରେ ଉଭୟଙ୍କ ସମ୍ପର୍କରେ ସୃଷ୍ଟି ହେଲା ଫାଟ। ପରେ ସର୍ଜନ ନିଜ ପତ୍ନୀ ପାରୀଙ୍କୁ ଶ୍ୱଶୁର ଘରେ ଛାଡ଼ିଦେଲେ।

ଏପରି ଘଟଣାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ଘଟଣାର ସମାଧାନ ପାଇଁ ଗତକାଲି ସନ୍ଧ୍ୟାରେ ବସିଥିଲା ଗାଁ ନିଶାପ। କିନ୍ତୁ ଗାଁ ସଭାରୁ କୌଣସି ନିଷ୍କର୍ସ ବାହାରି ପାରିଲାନାହିଁ। ପରେ ପରିବାର ଲୋକେ ବନ୍ଧପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ଚୁପ୍‌ ହୋଇ ବସିରହିଲା। ମାତ୍ର ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଯାହାକୁ ନେଇ ଭାରାକ୍ରାନ୍ତ ଥିବା ପାରୀ ଲୋକଲଜ୍ଜା ସହି ନପାରି ଆଜି ସକାଳେ ବେକରେ ଓଢଣୀ ଲଗେଇ ଆତ୍ମହତ୍ୟା କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story