ବଲାଙ୍ଗିରରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆଜି ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଆଗଲପୁର ବ୍ଲକ୍ ହରଭଙ୍ଗା ଗାଁର ନନ୍ଦିଘୋଷ ବାରିକ। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଯାଇ ଥିବାରୁ ସେ ଚିନ୍ତାରେ ଥିଲେ। ତେଣୁ ସେ ଗତକାଲି ଉପଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ। ତେବେ ଜିଲ୍ଲା ପ୍ରଶାସନଠାରୁ କିଛି ପ୍ରତିଶ୍ରୁତି ନ […]

farmer death

Rakesh Mallick
  • Published: Tuesday, 22 March 2016
  • , Updated: 23 March 2016, 03:52 AM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆଜି ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଆଗଲପୁର ବ୍ଲକ୍ ହରଭଙ୍ଗା ଗାଁର ନନ୍ଦିଘୋଷ ବାରିକ। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଯାଇ ଥିବାରୁ ସେ ଚିନ୍ତାରେ ଥିଲେ। ତେଣୁ ସେ ଗତକାଲି ଉପଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ। ତେବେ ଜିଲ୍ଲା ପ୍ରଶାସନଠାରୁ କିଛି ପ୍ରତିଶ୍ରୁତି ନ ମିଳିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ନନ୍ଦିଘୋଷ ହାତ ଉଧାରି କରି ଧାନ, ମୁଗ ଓ ଚିନାବାଦାମ ଚାଷ କରିଥିଲେ।  ଫସଲହାନୀ ଯୋଗୁଁ ଋଣ ଶୁଝିବା ନେଇ ସେ ଚିନ୍ତାରେ ଥିଲେ।

ଗତକାଲି ମଧ୍ୟ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ୍ ଆଖୁପାଳ ଗାଁର ଭାଗଚାଷୀ ପ୍ରଫୁଲ୍ଲ ସିଂହ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Related story