ବଣାଇ: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ସୁଶାନ୍ତି ଓରଫ ମୁଲି ମୁଣ୍ଡା। ସେ ବଣାଇ ଅତିରିକ୍ତ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସୁଶାନ୍ତି ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ମାଓ ସଂଗଠନ ସହ କାର୍ଯ୍ୟ କରୁଥିଲେ। ତେବେ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମାଓ ନେତୃତ୍ୱରେ ବିତୃଷ୍ଣା […]

woman-maoist

Rakesh Mallick
  • Published: Friday, 11 March 2016
  • , Updated: 11 March 2016, 10:03 AM IST

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ସୁଶାନ୍ତି ଓରଫ ମୁଲି ମୁଣ୍ଡା। ସେ ବଣାଇ ଅତିରିକ୍ତ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ସୁଶାନ୍ତି ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ମାଓ ସଂଗଠନ ସହ କାର୍ଯ୍ୟ କରୁଥିଲେ। ତେବେ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମାଓ ନେତୃତ୍ୱରେ ବିତୃଷ୍ଣା ହୋଇ ଓ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସଂଗଠନ ଛାଡ଼ି ପଳାଇ ଆସିଛନ୍ତି।

ଆତ୍ମସମର୍ପଣ କରିବା ପରେ ସୁଶାନ୍ତି କହିଛନ୍ତି,“ମୋ ସ୍ୱାମୀଙ୍କ ପାଇଁ ମୁଁ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲି। ତାଙ୍କର ମୃତ୍ୟୁ ହୋଇଯିବା ପରେ ମୁଁ ସ୍ୱଇଚ୍ଛାରେ ଘରକୁ ଫେରି ଆସିଛି। ମୁଁ ମାଓବାଦୀଙ୍କ ପାଇଁ ୫ ବର୍ଷ କାମ କରିଥିଲି। ମୋର ଛୁଆ ଅଛନ୍ତି। ମୁଁ ଛୁଆଙ୍କ ଦେଖାରେଖା କରିବି। ଆଉ ମାଓବାଦୀଙ୍କ ନିକଟକୁ ଫେରିବି ନାହିଁ।”

ବଣାଇ ଅତିରିକ୍ତ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ କହିଛନ୍ତି,“୩୦ ବର୍ଷୀୟ ସୁଶାନ୍ତି ଜଣେ ହାର୍ଡକୋର୍ ମାଓବାଦୀ ଥିଲା। ଆଜି ସେ ପୋଲିସ୍ ଆଗରେ ଆତ୍ମସମର୍ପଣ କରିଛି। ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ସେ ଆତ୍ମସମର୍ପଣ କରିଛି। ତା’ ଘର ଝାଡ଼ଖଣ୍ଡର ନୂଆଗାଁରେ। ୨୦୧୦ରେ ସେ ମାଓବାଦୀ ଅନମୋଲ୍ ଓରଫ ସମରଜୀ ଜରିଆରେ ମାଓ ସଂଗଠନରେ ସାମିଲ ହୋଇଥିଲା। ତା’ସ୍ୱାମୀ ମଧ୍ୟ ଜଣେ ସଶସ୍ତ୍ର ମାଓବାଦୀ ଭାବେ ସେହି ସଂଗଠନରେ କାମ କରୁଥିଲା। ତେବେ ୨୦୧୫ ନଭେମ୍ବର ମାସରେ ଗହମି ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ସହିତ ହୋଇଥିବା ଗୁଳିବିନିମୟରେ ତାଙ୍କର ମୃତ୍ୟୁ ଘଟିଥିଲା।”

ସେ କହିଛନ୍ତି,“ସୁଶାନ୍ତି ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲର କୁଲାନ ନାମକ ଅଞ୍ଚଳରେ ବେଶ୍ ସକ୍ରିୟ ଥିଲା। ସେହି ଅଞ୍ଚଳରେ ସେ ୫/୬ଟି ଘଟଣାରେ ସଂପୃକ୍ତ ଥିଲା। ୨୦୧୫ ନଭେମ୍ବର ମାସ ଗହମି ଜଙ୍ଗଲରେ ହୋଇଥିବା ଅପରେସନ୍‌ ବେଳେ ସେ ମଧ୍ୟ ସେଠାରେ ଉପସ୍ଥିତ ଥିଲା। କିନ୍ତୁ ସେ ସେଠାରୁ ଖସି ପଳାଇବାରେ ସମର୍ଥ ହୋଇଥିଲା।”

ସୁଶାନ୍ତିଙ୍କୁ ମାଓବାଦୀ ଆତ୍ମସମର୍ପଣ ନେଇ ସରକାରଙ୍କର ରହିଥିବା ଥଇଥାନ ନୀତି ଅନୁଯାୟୀ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ବଣାଇ ଅତିରିକ୍ତ ଏସ୍‌ପି କହିଛନ୍ତି।

Related story