ଲାଞ୍ଚ ନେଇ ବୌଦ୍ଧ ଜିଲ୍ଲା ସଙ୍କୁଳେଇ ସମବାୟ ସମିତି ସଭାପତି ଗିରଫ  

ଫୁଲବାଣୀ: ଲାଞ୍ଚ ନେବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ସଙ୍କୁଳେଇ ସମବାୟ ସମିତି ସଭାପତି ଅନ୍ତର୍ଯ୍ୟାମୀ ଚାଉଳିଆଙ୍କୁ ଆଜି ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ। ସମବାୟ ସମିତିର ନିଲମ୍ବିତ ସଂପାଦକ ସଞ୍ଜୟ କୁମାର ବଇଘରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେବା ପାଇଁ ସେ ଫୁଲବାଣୀର ଖଲିଆବନ୍ଧ ଶନି ମନ୍ଦିର ନିକଟରେ  ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିଲେ। ତାଙ୍କଠାରୁ ଲଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ସମବାୟ […]

antarjamee-chaulia

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 08:42 AM IST

ଫୁଲବାଣୀ: ଲାଞ୍ଚ ନେବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ସଙ୍କୁଳେଇ ସମବାୟ ସମିତି ସଭାପତି ଅନ୍ତର୍ଯ୍ୟାମୀ ଚାଉଳିଆଙ୍କୁ ଆଜି ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ। ସମବାୟ ସମିତିର ନିଲମ୍ବିତ ସଂପାଦକ ସଞ୍ଜୟ କୁମାର ବଇଘରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେବା ପାଇଁ ସେ ଫୁଲବାଣୀର ଖଲିଆବନ୍ଧ ଶନି ମନ୍ଦିର ନିକଟରେ  ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିଲେ। ତାଙ୍କଠାରୁ ଲଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।

ସମବାୟ ସମିତିର ନିଲମ୍ବିତ ସଂପାଦକ ସଞ୍ଜୟ କୁମାର ବଇଘରିଆ କହିଛନ୍ତି,“କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଅନ୍ତର୍ଯ୍ୟାମୀ ଚାଉଳିଆ ଗତ ବର୍ଷ ଜୁନ୍ ମାସରେ ମୋତେ ନିଲମ୍ବନ କରିଥିଲେ। ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେବା ପାଇଁ ସେ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ। ଏତେ ଟଙ୍କା ମୁଁ ଦେଇ ପାରିବିନି ବୋଲି କହିଥିଲି।  ପଚାଶ ହଜାର ଟଙ୍କା ଦେଇ ପାରିବି ବୋଲି କହିଥିଲି। ସେ ଏଥିରେ ରାଜି ହୋଇଥିଲେ ଓ ଫୁଲବାଣୀ ଆସି ଟଙ୍କା ଦେବାକୁ କହିଥିଲେ।”

ଅନ୍ୟ ପକ୍ଷରେ ଗିରଫ ଅନ୍ତର୍ଯ୍ୟାମୀ ଲାଞ୍ଚ ନେବା କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି,“ମୋତେ ଫସାଇ ଦିଆଯାଇଛି। ନିଲମ୍ବିତ ସଂପାଦକ ମୋତେ ଏକ ଚିଠି ଦେବା ବାହାନାରେ ଡକାଇ ମୋ ପକେଟ୍‌ରେ ଜୋରଜବରଦସ୍ତି ଟଙ୍କା ପୂରାଇ ଦେଇଥିଲେ।”

Related story