ଋଣ ନେଉଛି ଗରିବ ଚାଷୀଙ୍କ ଜୀବନ: ବୌଦ୍ଧରେ ମୃତ୍ୟୁ, ଯାଜପୁରରେ ସଂଘର୍ଷ

ବୌଦ୍ଧ/ଯାଜପୁର: ଋଣ ଭାର ସହିନପାରି ଦୁଇ ଜଣ ଚାଷୀ ବିଷ ପିଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ଜାଳପାଲି ଗାଁର ବଲ୍ଲଭ ଧରେଇ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଋଣ ସୁଝି […]

boudha

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 12:03 PM IST

ବୌଦ୍ଧ/ଯାଜପୁର: ଋଣ ଭାର ସହିନପାରି ଦୁଇ ଜଣ ଚାଷୀ ବିଷ ପିଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ଗତକାଲି କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ଜାଳପାଲି ଗାଁର ବଲ୍ଲଭ ଧରେଇ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଋଣ ସୁଝି ନପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ଯାଜପୁର ଜିଲ୍ଲା ନିତ୍ୟାନନ୍ଦପୁର ଗାଁର ଚାଷୀ କଳିଙ୍ଗ ଘଡେଇ ଋଣ ଭାର ସହି ନପାରି ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଚଳିତ ବର୍ଷ ଚାଷ ପାଇଁ ସେ ଦୁଇ ଲକ୍ଷ ଟଙ୍କା ଋଣ କରିଥିଲେ। ମାତ୍ର ସୁଝି ନପାରିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story