ଚାଷୀ ସମସ୍ୟାକୁ ନେଇ ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ଼: ଚାଷୀ ସମସ୍ୟାକୁ ନେଇ ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ମୃତ ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ମରୁଡି ଇନପୁଟ୍ ସବସିଡି ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ସମର୍ଥନ କରିଛନ୍ତି। ଜିଲ୍ଲା ଓକିଲ ସଂଘ ଓ ଅନ୍ୟ ସଂଗଠନ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ପରୀକ୍ଷା ଚାଲିଥିବାରୁ […]

bbbbbbbbbbbbb

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 09:25 AM IST

ବରଗଡ଼: ଚାଷୀ ସମସ୍ୟାକୁ ନେଇ ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ମୃତ ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ମରୁଡି ଇନପୁଟ୍ ସବସିଡି ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ସମର୍ଥନ କରିଛନ୍ତି। ଜିଲ୍ଲା ଓକିଲ ସଂଘ ଓ ଅନ୍ୟ ସଂଗଠନ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ପରୀକ୍ଷା ଚାଲିଥିବାରୁ ଶିକ୍ଷାନୁଷ୍ଠାନ ଓ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି।

ବନ୍ଦ ପାଳନକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ଗତକାଲି ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା।

ବିଜେପି ଉପସଭାପତି ଅଶ୍ୱିନୀ ଷଡଙ୍ଗୀ କହିଛନ୍ତି, “ ବରଗଡ଼ରେ ୩୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏହି ଚାଷୀମାନେ ଫସଲହାନୀ ଯୋଗଁ ଆତ୍ମହତ୍ୟା କରିଛନ୍ତି ବୋଲି ସରକାର ମାନୁନାହାଁନ୍ତି। ଭାରତୀୟ  ଜନତା ପାର୍ଟି ଦାବି କରୁଛି ସରକାର ଲୋକମାନଙ୍କ ଦାବିକୁ ମାନି ନିଅନ୍ତୁ, ମୃତ ଚାଷୀଙ୍କ ପରିବାରକୁ ଚାକିରୀ ଦିଆଯାଉ। ବରଗଡ଼ ବନ୍ଦକୁ ବିଜେପି ସମ୍ପୂର୍ଣ୍ଣ ସମର୍ଥନ କରୁଛି।”

କୋଶଳ ସମବାୟ ସମିତିର ଜିଲ୍ଲା ଆବାହକ  ସୁନୀଲ ପୁରୋହିତ କହିଛନ୍ତି, “ଚାଷୀ ଆତ୍ମହତ୍ୟା ନେଇ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲ୍ଲାରେ ସବୁ ଦଳ  ଓ ସାମାଜିକ ଅନୁଷ୍ଠାନ  ମିଶି ଏହି ବନ୍ଦକୁ ସମର୍ଥନ କରିଛନ୍ତି। ଏହି ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି।”

Related story