ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ୨ ଦଇତାପତିଙ୍କ ଉପରୁ ସାମୟିକ ନିଲମ୍ବନ ଉଠିଲା

ପୁରୀ: ବ୍ରହ୍ମ ବିବାଦକୁ ନେଇ ନିଲମ୍ବିତ ହୋଇଥିବା ଦୁଇ ଦଇତାପତି କାଶୀନାଥ ଦାସମହାପାତ୍ର ଏବଂ ଜୟକୃଷ୍ଣ ଦାସମହାପାତ୍ରଙ୍କ ଉପରୁ ସାମୟିକ ଭାବେ ନିଲମ୍ବନ ଉଠାଇ ଦିଆଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବପରି ଏମାନେ ଶ୍ରୀଜିଉଙ୍କ ସେବା କରି ପାରିବେ ବୋଲି କୁହାଯାଇଛି। ରଥରେ ମହିଳାଙ୍କୁ ଚଢାଇବାକୁ ନେଇ ନିଲମ୍ବିତ ହୋଇଥିବା ଆର୍ତ୍ତତ୍ରାଣ ପ୍ରତିହାରୀଙ୍କ ଉପରୁ ମଧ୍ୟ ନିଲମ୍ବନ ସାମୟିକ ଭାବେ ଉଠାଇ ଦିଆଯାଇଛି। ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନରେ ଅହେତୁକ ବିଳମ୍ବ ହେବା […]

jayakrushna-das-mohapatra

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 10:33 PM IST

ପୁରୀ: ବ୍ରହ୍ମ ବିବାଦକୁ ନେଇ ନିଲମ୍ବିତ ହୋଇଥିବା ଦୁଇ ଦଇତାପତି କାଶୀନାଥ ଦାସମହାପାତ୍ର ଏବଂ ଜୟକୃଷ୍ଣ ଦାସମହାପାତ୍ରଙ୍କ ଉପରୁ ସାମୟିକ ଭାବେ ନିଲମ୍ବନ ଉଠାଇ ଦିଆଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବପରି ଏମାନେ ଶ୍ରୀଜିଉଙ୍କ ସେବା କରି ପାରିବେ ବୋଲି କୁହାଯାଇଛି।

ରଥରେ ମହିଳାଙ୍କୁ ଚଢାଇବାକୁ ନେଇ ନିଲମ୍ବିତ ହୋଇଥିବା ଆର୍ତ୍ତତ୍ରାଣ ପ୍ରତିହାରୀଙ୍କ ଉପରୁ ମଧ୍ୟ ନିଲମ୍ବନ ସାମୟିକ ଭାବେ ଉଠାଇ ଦିଆଯାଇଛି।

ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନରେ ଅହେତୁକ ବିଳମ୍ବ ହେବା ପାଇଁ ଦୁଇ ଦଇତାପତି କାଶୀନାଥ ଏବଂ ଜୟକୃଷ୍ଣ ଦାୟୀ ବୋଲି ଦର୍ଶାଇ ଶ୍ରୀମନ୍ଦିର ପ୍ରଶାସନ ଉଭୟଙ୍କୁ ୨୦୧୫ ଜୁନ ୨୪ ତାରିଖରେ ନିଲମ୍ବନ କରିଥିଲେ।

ତିନି ଠାକୁରଙ୍କ ଆଡ଼ପ ପହଣ୍ଡି ବେଳେ ଭକ୍ତ ରଥକୁ ଚଢିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆର୍ତ୍ତତ୍ରାଣଙ୍କୁ ଗତ ଜୁଲାଇ ୨୨ ତାରିଖରେ ନିଲମ୍ବନ କରାଯାଇଥିଲା।

Related story