ପୋଲ ତଳକୁ ଖସିଲା ବସ୍‌: ଜଣେ ମୃତ, ୩୦ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁ.ରାମପୁର ବାଲିଘାଟ ନିକଟରେ ଆଜି ସନ୍ଧ୍ୟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ଟି ପୋଲ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ କେଉଁ ପରିସ୍ଥିତିରେ ବସ୍‌ଟି ଖସି ପଡ଼ିଲା ତାହା ଜଣାପଡ଼ିନାହିଁ। ବସ୍‌ଟି କଳାହାଣ୍ଡି ଜିଲ୍ଲା ସଦରମହକୁମା […]

bus accident in kalahandi

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 06:57 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁ.ରାମପୁର ବାଲିଘାଟ ନିକଟରେ ଆଜି ସନ୍ଧ୍ୟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ଟି ପୋଲ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ କେଉଁ ପରିସ୍ଥିତିରେ ବସ୍‌ଟି ଖସି ପଡ଼ିଲା ତାହା ଜଣାପଡ଼ିନାହିଁ।

ବସ୍‌ଟି କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରୁ ଗୋପୀନାଥପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Related story